Videos
|
Odisha

Odisha Visit / ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Rashmita Mishra
Browse all articles by Rashmita Mishra
·2 hours ago·2 min read
ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Odisha Visit

Key Points

ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ
ସୁରକ୍ଷାରେ ନ୍ୟସ୍ତ ୪୭ ପ୍ଲାଟୁନ ଫୋର୍ସ
ଭୁବନେଶ୍ବର ଓ କଟକ ଗସ୍ତ ପୂର୍ବରୁ ଆର୍‌ଓ ଗ୍ରାଉଣ୍ଡରେ ବ୍ରିଫିଂ ରିହର୍ସାଲ୍
ସୋମବାର ସକାଳ ୯ଟା ୧୫ରେ ଭୁବନେଶ୍ବରରେ ପହଞ୍ଚିବେ ସି.ପି. ରାଧାକୃଷ୍ଣନ

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ । ତାଙ୍କର ଏହି ଗସ୍ତକୁ ନେଇ ରାଜ୍ୟ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳ ୯ଟା ୧୫ ମିନିଟ୍‌ରେ ଉପରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବେ । ଏହି ଗସ୍ତ ଅବସରରେ ସେ ବିଭିନ୍ନ ସରକାରୀ ଓ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଯୋଗଦେବେ ।

ଭୁବନେଶ୍ୱରରେ ଥିବା ବିଧାନସଭା ପରିସରରେ ଆୟୋଜିତ ବିଧାୟକମାନଙ୍କ ତାଲିମ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସାମିଲ ହେବେ । ଏହି ଅବସରରେ ସେ ବିଧାୟକମାନଙ୍କୁ ମାର୍ଗଦର୍ଶନ କରିବା ସହ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଉଦ୍‌ବୋଧନ ଦେବେ ବୋଲି ଆଶା କରାଯାଉଛି ।

ଏହାପରେ ଉପରାଷ୍ଟ୍ରପତି କଟକ ଗସ୍ତ କରିବେ । ସେଠାରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମିତ ଆଇକନିକ୍ ଟାୱାରର ଉଦ୍‌ଘାଟନ କରିବେ । ଏହି କାର୍ଯ୍ୟକ୍ରମକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ଅନ୍ୟପଟେ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି । ତାଙ୍କ ସୁରକ୍ଷା ପାଇଁ ମୋଟ ୪୭ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୪୨ ସେକ୍ସନ୍ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ଦାୟିତ୍ୱ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦିଆଯାଇଛି । ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ।

ବିଧାନସଭା ସଦସ୍ୟଙ୍କର ହେବ ସ୍ବତନ୍ତ୍ର ଓରିଏଣ୍ଟେସନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ଉପରାଷ୍ଟ୍ରପତି । ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ମୋଟ ତିନିଟି ସେସନ୍ ରହିବ । ଉଦଘାଟନି ସେସନ୍ ପରେ ସଂସଦ କମିଟି ଏବଂ ବିଧାନସଭା କମିଟି ସମ୍ପର୍କରେ ଆଲୋଚନା କରାଯିବ । ଟେକ୍ନିକାଲ ଏକ୍ସପର୍ଟ ଏହି ସେସନ୍ କୁ ସମ୍ବୋଧିତ କରିବେ । ପରବର୍ତ୍ତୀ ସେସନ୍ ରେ ବଜେଟ୍ ସଂକ୍ରାନ୍ତରେ ଆଲୋଚନା କରାଯିବ। ତେବେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ବି ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ଭାଗ ନେବ ନାହିଁ ବୋଲି ଦଳର ସଭାପତି ସ୍ପଷ୍ଟ କରିଥିବା ବେଳେ ଆବଶ୍ୟକତା ଥିବା ବିଧାୟକ ଯୋଗ ଦେବେ ବୋଲି କହିଛି ବିଜେଡି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: