Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରୁ ଥିବାବେଳେ ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

Banajyotshna Ray
Browse all articles by Banajyotshna Ray
·11 months ago·1 min read
କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରୁ ଥିବାବେଳେ ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

Key Points

ବାଲେଶ୍ୱରରେ ଲଜ୍ଜା

ସିମୁଳିଆ ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଅଭିଯୁକ୍ତକୁ ଗିରଫ କରିଛି ସିମୁଳିଆ ଥାନା ପୁଲିସ 

ବାଲେଶ୍ୱରରେ ଲଜ୍ଜା । ସିମୁଳିଆ ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଗିରଫ କରିଛି ସିମୁଳିଆ ଥାନା ପୁଲିସ । ସିମୁଳିଆ ଜାମୁଝାଡ଼ି ଅଞ୍ଚଳର ଯୁବତୀ ଜଣକ ଗତକାଲି କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରୁ ଥିବାବେଳେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କୁ ଅଚେତ ଅବସ୍ଥାରେ ସୋର ଅଞ୍ଚଳର ଏକ ଘରୁ ଉଦ୍ଧାର କରାଯାଇଥିଲା । ଥାନାରେ ଅଭିଯୋଗ କରିବା ପରେ ଗୁରୁତର ପୀଡିତାଙ୍କୁ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 


ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ପୀଡିତାଙ୍କୁ ହସ୍ପିଟାଲରେ ଦେଖା କରିବା ସହ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସିମୁଳିଆ ପୋଲିସ ଅଭିଯୁକ୍ତ ଅବିନାଶ ପାତ୍ରକୁ ଜାମୁଝାଡି ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଧରିବା ସହ ଥାନାରେ ଅଟକ ରଖି ତଦନ୍ତ କରୁଛି । ଦିନକୁ ଦିନ ଏହିପରି ଘଟଣା ସାମ୍ନାକୁ ଆସୁଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Victim of mischief while returning home, accused arrested || Argus News | Argus News