Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୋଟିସ ଜାରି କଲା AIIMS; ହସ୍ପିଟାଲ ପରିସରରେ ନାରାବାଜି କରିବାକୁ ମନା

Smruti Parija
Browse all articles by Smruti Parija
·12 months ago·2 min read
ନୋଟିସ ଜାରି କଲା AIIMS; ହସ୍ପିଟାଲ ପରିସରରେ ନାରାବାଜି କରିବାକୁ ମନା

Key Points

କେମିତି ଜାଳିଦେଲେ ଜହ୍ଲାଦ ?
ନାବାଳିକାଙ୍କୁ ବଞ୍ଚାଇଥିବା ଦୁଃଖିଶ୍ୟାମଙ୍କ ବୟାନ୍
ସକାଳ 8ଟାରୁ 8.30 ସମୟର ଘଟଣା

ନିମାପଡ଼ା ବଳଙ୍ଗାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ନାବାଳିକା ପୋଡ଼ିଯିବା ଘଟଣା । ପୀଡ଼ିତାଙ୍କ ଶରୀର 70% ଜଳିଯାଇଥିବା ଏମ୍‌ସର ସୂଚନା । ଗୁରୁତର ନାବାଳିକା ବର୍ଣ୍ଣ ୟୁନିଟ୍‌ରେ ଚିକିତ୍ସାଧୀନ ରହିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ସେପଟେ ଘଟଣାସ୍ଥଳରେ ପହଞ୍ଚି ଫରେନସିକ ଟିମ୍ ଓ ଡଗ ସ୍କ୍ବାଡ ଯାଞ୍ଚ କରିଛି । ପୁରୀ ଏସପି ପିନାକ ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏପଟେ ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ସକାଳେ ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଏହି ଘଟଣା ଘଟିଛି । ନାବାଳିକା ଜଣକ ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବାବେଳେ ତାଙ୍କୁ ରାସ୍ତାରେ ଅଟକାଇଥିଲେ କେତେକ ଦୁର୍ବୃତ୍ତ। ତା ଦେହରେ ନିଆଁ ଲଗାଇ ଦେଇଥିଲେ। ଝିଅଟିର ହାତ, ଗୋଡ଼, ଦେହର କିଛି ଅଂଶ ପୋଡ଼ିଯାଇଛି ।


ସେପଟେ ନୋଟିସ ଜାରି କଲା AIIMS । ହସ୍ପିଟାଲ ପରିସରରେ ନାରାବାଜି କରିବାକୁ ମନା କରାଯାଇଛି । ଘଟଣାସ୍ଥଳରେ ପୁରୀ ଏସ୍‌ପି ପିନାକ ମିଶ୍ର ପହଞ୍ଚି କହିଛନ୍ତି ଏହା ହେଉଛି ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ, ଗୁରୁତର ସହ ନେଇଛୁ । କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି । ଫୋରେନସିକ୍‌ ଟିମ୍‌ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି । ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କଣ ସ୍ପଷ୍ଟ ହୋଇନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ନାବାଳିକାଙ୍କୁ ବଞ୍ଚାଇଥିବା ଦୁଃଖିଶ୍ୟାମ ବଖାଣିଛନ୍ତି ପୁରା ଘଟଣା । ସକାଳ 8ଟାରୁ 8.30 ସମୟର ଘଟଣା । ହଠାତ୍ ଚା ପିଉଥିବାବେଳେ ଜଳୁଥିବା ଅବସ୍ଥାରେ ଦୌଡି ଆସିଲେ ନାବାଳିକା । ଚିତ୍କାର କରୁଥିଲେ ମୋତେ ବଞ୍ଚାଅ ବଞ୍ଚାଅ । ନାବାଳିକା ଜଣଙ୍କ ଘରୁ ସାଙ୍ଗ ଘରକୁ ଯାଉଥିଲେ । ରାସ୍ତାରେ ନାବାଳିକାକୁ ଅଟକାଇଲେ 3 ଜଣ ଦୁର୍ବୃତ୍ତ । ନାବାଳିକାଙ୍କ ମୁହଁରେ ରୁମାଲ ଦେଇ ନଦୀବନ୍ଧକୁ ଟେକିନେଲେ । ପେଟ୍ରୋଲ ଢାଳି ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ । ନାବାଳିକାଙ୍କ ଦେହରେ ସୂତା ଖିଅଟିଏ ବି ନଥିଲା । ଦୌଡି ଆସି ଦୁର୍ବୃତ୍ତମାନେ ଜାଳିଥିବା କହିଥିଲେ ନାବାଳିକା । ଘର ଠିକଣା କହିବା ପରେ ଦୁଃଖିଶ୍ୟାମ ତାଙ୍କ ବାପାଙ୍କୁ ଖବର ଦେଇଥିଲେ ।


Sponsored
victims-body-has-70-percent-burns-according-to-the-aiims | Argus News