Bari News / ଟାଣି ନେଲା କୁମ୍ଭୀର, ସମସ୍ତେ ଦେଖିଲେ.. କେହି ବଞ୍ଚେଇ ପାରିଲେନି

Key Points
ଶୁକଦେବ ମହଲାଙ୍କ ପତ୍ନୀ ସୌଦାମିନୀ ମହଲା, ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ ।
ସେ ଶୌଚ ହେଲା ବେଳେ କୁମ୍ଭୀର ପାଣିରେ ଲୁଚିକରି ରହିଥିଲା ।
ସୁବିଧା ଦେଖି ସୌଦାମିନୀଙ୍କୁ କୁମ୍ଭୀର ଟାଣି ନେଇଥିଲା ।
ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତର କନ୍ତିଆ ନିକଟ ଖରସ୍ରୋତା ନଦୀରେ ଘଟିଛି ଏହି ଅଘଟଣ । ଅପରାହ୍ନ ସମୟରେ ନଦୀକୁ ଯାଇଥିବା ବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ସ୍ଥାନୀୟ କନ୍ତିଆ ଗ୍ରାମର ଶୁକଦେବ ମହଲାଙ୍କ ପତ୍ନୀ ସୌଦାମିନୀ ମହଲା ଯାହାଙ୍କ ବୟସ ୫୫ବର୍ଷ ହେବ ।
ମହିଳାଙ୍କୁ କୁମ୍ଭୀର ଟାଣି ନେଉଥିବା ସମୟରେ କିଛି ସ୍ଥାନୀୟ ଲୋକେ ଦେଖିଥିଲେ । ହେଲେ କୁମ୍ଭୀର ମୁହଁରୁ ମହିଳାଙ୍କୁ ଉଦ୍ଧାର କରିବା ତାଙ୍କ ପାକ୍ଷରେ ସମ୍ଭବ ନଥିଲା । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କିଛି ମାସ ପୂର୍ବରୁ ଏଠାରେ ଏକ ଛେଳିକୁ କୁମ୍ଭୀର ଟାଣି ନେଇଥିଲା । ପରେ ବନ ବିଭାଗ ପକ୍ଷରୁ ଏଠାରେ ସତର୍କ ସୂଚନା ଜାରି କରାଯାଇଥିଲା ।
ଶୁକଦେବ ମହଲାଙ୍କ ପତ୍ନୀ ସୌଦାମିନୀ ମହଲା, ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ସେ ଶୌଚ ହେଲା ବେଳେ କୁମ୍ଭୀର ପାଣିରେ ଲୁଚିକରି ରହିଥିଲା । ସୁବିଧା ଦେଖି ସୌଦାମିନୀଙ୍କୁ କୁମ୍ଭୀର ଟାଣି ନେଇଥିଲା । ବଞ୍ଚିବା ପାଇଁ ସେ ଯେତେ ଚେଷ୍ଟା କଲେ ମଧ୍ୟ କୁମ୍ଭୀର କବଳରୁ ବର୍ତ୍ତି ପାରିନଥିଲେ । ସୌଦାମିନୀଙ୍କ ପାଟି ଶୁଣି ସମସ୍ତେ ଧାଇଁ ଆସିଥିଲେ । ହେଲେ ସେତେବେଳକୁ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା । ନଦୀ ଗର୍ଭକୁ କୁମ୍ଭୀର ସୌଦାମିନୀଙ୍କ ମୃତ ଶରୀରକୁ ନେଇଯାଇଥିଲା । ବନ ବିଭାଗ, ଓଡ୍ରାଫ, ଅଗ୍ନିଶମ ବାହିନୀ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳତା ମିଳିନଥିଲା।
ଏଥିସହ ପଢ଼ନ୍ତୁ: ବ୍ରହ୍ମପୁରରେ ଗୁଳିମାଡ଼, ଚାଲିଗଲା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜୀବନ
ତେବେ ଆଜି ମହିଳାଙ୍କ ମୃତଦେହ କାନ୍ତିଆ ଠାରୁ ପାଖାପାଖି ଏକ କିଲୋମିଟର ଦୂର ବାଙ୍କୀପାଳ ନିକଟ ଖରସ୍ରୋତା ନଦୀ ପଠାରୁ ମିଳିଛି। ଗତକାଲି ଦିନ ପ୍ରାୟ ୪ଟା ସମୟରେ ଏଭଳି କାଣ୍ଡ ଘଟିଥିଲା । ପାଣିରେ ମହିଳାଙ୍କୁ କୁମ୍ଭୀର ନେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବର୍ଷାଦିନେ କୁମ୍ଭୀରମାନେ ବିଭିନ୍ନ ନଦୀକୁ ଆସନ୍ତି । ଆଉ ସମୟ ସୁବିଧା ଦେଖି ସେମାନେ ଏମିତି ଆକ୍ରମଣ କରନ୍ତି । ତେବେ ଏହି ଘଟଣାରେ ସୌଦାମିନୀଙ୍କ ପରିବାରକୁ ସରକାର କ୍ଷତିପୂରଣ ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି । ଏମିତି ଘଟଣା ଏହି ଅଞ୍ଚଳରେ ବାରମ୍ବାର ଘଟୁଛି । ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରି କରିଛନ୍ତି ।
📱 Get Argus News App
✨A live video went viral from Jajpur, Bari area, where a crocodile dragging a waman in to the river, pubil getting panic after watching video #odisha #jajour #crocodile #news #viral #live pic.twitter.com/J1lR1k01D2
— Ajay kumar nath (@ajaynath550) October 7, 2025
Related Topics
Explore more stories