Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୋଟ୍‌ ପାଇଁ ଖଣ୍ଡପଡାରେ ଖଣ୍ଡା ବୁଲାଉଛି ବିଜେଡି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଭୋଟ୍‌ ପାଇଁ ଖଣ୍ଡପଡାରେ ଖଣ୍ଡା ବୁଲାଉଛି ବିଜେଡି

Key Points

  • ଭୋଟ୍‌ ପାଇଁ ଖଣ୍ଡପଡାରେ ଖଣ୍ଡା ବୁଲାଉଛି ବିଜେଡି
  • ନିର୍ବାଚନ ଦିନକୁ ପୂର୍ବରୁ ଡରି ଛାନିଆ ଶାସକ ଦଳ

ଅର୍ଗସ ବ୍ୟୁରୋ: ଦିନଦ୍ଵିପ୍ରହରରେ କେମିତି ବିଚ୍‌ ରାସ୍ତାରେ ଖଣ୍ଡା ବୁଲାଉଛନ୍ତି ବିଜେଡି କର୍ମୀ । ରାତି ପାହିଲେ ନିର୍ବାଚନ ହେବ, ମତାମତ ସାବ୍ୟସ୍ତ କରିବେ ଜନତା । ହେଲେ ଏବେ ସ୍ଥିତି ଏମିତି ଯେ ବିଜେଡି ସପକ୍ଷରେ ଆଦୌ ଜନମତ ନାହିଁ । ତେଣୁ କେମିତି ନିର୍ବାଚନରେ ବିଜୟ ହେବ ସେନେଇ କଳବଳେ କୌଶଳେ ବିଜୟ ହେବାକୁ ଚେଷ୍ଟା କରୁଛି ଶାସକ ଦଳ । ସେଇଥି ଲାଗି ତ ଏମିତି ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରୁଛି ବିଜେଡି ।

ନିର୍ବାଚନ ଜିତିବାକୁ କୌଣସି ସୀମାସରହଦ ମାନୁନି ଶାସକ ଦଳ । କାରଣ ଗତକାଲି ଖଣ୍ଡପଡାରେ ଭୋଟ ପଡ଼ିବ । ହାତରେ ଆଉ ୨୪ ଘଂଟାର ସମୟ ବି ନାହିଁ । କିନ୍ତୁ ଆଜି ଖଣ୍ଡପଡ଼ାରେ ଖଣ୍ଡା ବୁଲାଇଲା ବିଜେଡି । ଗାଁ ଦାଣ୍ଡରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଛନ୍ତି ବିଜେଡି କର୍ମୀ । ଅଭିଯୋଗ ଅନୁସାରେ, ଟଙ୍କା ନେବାକୁ ବାରଣ କରିବାରୁ ଗାଁରେ ଖଣ୍ଡା ବୁଲିଛି । ଏ ଦୃଶ୍ୟ ହେଉଛି ଭାପୁର ବ୍ଳକର, ଯେଉଁଠି ବିଜେଡି ଏବେ ଦୁଇ ଫାଳ ହୋଇଛି । ସେଇଥି ଲାଗି ତ ୨ ଗୋଷ୍ଠୀଙ୍କ ମଧ୍ୟରେ ବଢୁଛି ଗୋଷ୍ଠୀ କନ୍ଦଳ । ଭୋଟ ଦେବାକୁ ବିଜେଡିର ଗୋଟିଏ ଗୋଷ୍ଠୀ ଗାଁରେ ଟଙ୍କା ବାଣ୍ଟିଥିଲେ । ଟଙ୍କା ନେବାକୁ ବାରଣ କରିବାରୁ ଗାଁରେ ଖଣ୍ଡା ଭୁଜାଲି, ଠେଙ୍ଗା ଭଳି ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିଲେ ବିଜେଡି କର୍ମୀ । 

ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ନିର୍ବାଚନ କମିଶନ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ବି ଛକଛକରେ ବ୍ଲକିଂ ଚେକିଂ କରୁଛି । କିନ୍ତୁ ଏହା ପରେ ବି କେମିତି ବ୍ୟାଗ ବ୍ୟାଗ ଟଙ୍କା ବିଜେଡି ବାଲା ବାଣ୍ଟିଲେ ? କେମିତି ଲୋକଙ୍କୁ ଧମକଚମକ ଦେଲେ ? ପୋଲିସ କେମିତି କିଛି ଜାଣିପାରିଲା ନାହିଁ ? ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । କାରଣ ପୂର୍ବରୁ ବି ବିଜେଡି ଟଙ୍କା ବାଣ୍ଟୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । କ୍ୟାମେରା ପଡୁପଡୁ ବିଲରେ ଧାଇଁଥିଲେ ବିଜେଡି କର୍ମୀ । ହେଲେ ଆଜି ଖଣ୍ଡପଡାରେ ଯେମିତି ଘଟଣା ସାମ୍ନାକୁ ଆସିଥିଲା ତାହାକୁ ନେଇ ଅସନ୍ତୋଷ ବଢିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD Politics | Argus News