ଗାଡ଼ି ପଛପଟେ ଷଣ୍ଢକୁ ବାନ୍ଧି ଘୋଷାରି ଘୋଷାରି ନେଲେ, ଭିଡିଓ ଭାଇରାଲ
·1 year ago·1 min read

Key Points
ଅମଣିଷପଣିଆର ସବୁ ସୀମା ଟପିଲେ ଗୋରୁ ଚୋର । ଗାଡ଼ି ପଛପଟେ ଷଣ୍ଢକୁ ବାନ୍ଧି ଘୋଷାରି ଘୋଷାରି ନେଉଥିବାର ଏକ ମୋବାଇଲ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ।
କଟକ: ଅମଣିଷପଣିଆର ସବୁ ସୀମା ଟପିଲେ ଗୋରୁ ଚୋର । ଗାଡ଼ି ପଛପଟେ ଷଣ୍ଢକୁ ବାନ୍ଧି ଘୋଷାରି ଘୋଷାରି ନେଉଥିବାର ଏକ ମୋବାଇଲ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଏହି ଘଟଣାଟି କଟକ ସିଡିଏ ୧୧ ନମ୍ବର ବୀରେନ ମିତ୍ର ପାର୍କ ନିକଟର ବୋଲି ଜଣାପଡ଼ିଛି । କିଛି ଦୁର୍ବୃତ୍ତ ଗତ ମଙ୍ଗଳବାର ଦିନ ମଧ୍ୟ ରାତ୍ରୀ ସମୟରେ ଏକ ବୋଲେରୋ ଗାଡି ପଛପଟେ ଏକ ଷଣ୍ଢକୁ ଦୌଡିରେ ବାନ୍ଧି କିଛି ବାଟ ନେବା ପରେ ଷଣ୍ଢଟି ତଳେ ପଡି ଛଟପଟ ହେବା ପରେ ତାକୁ ଟେକି ବୋଲେରୋ ପଛପଟେ ଲଦି ନେଇଯାଇଥିଲେ ।
ଏହି ଭିଡିଓଟି ଏବେ ସମସ୍ତଙ୍କୁ ବ୍ୟଥିତ କରିଛି । ବିଳମ୍ବିତ ରାତିରେ ଏହି ଭିଡିଓକୁ କେହି ଜଣେ ନିଜ ମୋବାଇଲରେ ସୁଟିଂ କରିଛନ୍ତି । ତେବେ କଟକ ସହରରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସିଡିଏ ଫେଜ-2 ଥାନାରେ ଏତଲା ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: