Chief Minister provides list of corrupt officials / ଲାଞ୍ଚୁଆ ବାବୁଙ୍କ ତାଲିକା ଦେଲେ ମୁଖ୍ୟମନ୍ତ୍ରୀ, ୬୮୩ଟି ଦୁର୍ନୀତି ମାମଲା ରୁଜୁ,୩୧୦ ବାବୁ ଗିରଫ
·4 months ago·2 min read

Key Points
ଆକ୍ସନ ମୋଡରେ ଭିଜିଲାନ୍ସ
୩ ବର୍ଷରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ
୩୩୭ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି
୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି
ବ୍ୟାଜ୍ୟାପ୍ତି ସଂପତ୍ତି ଲୋକଙ୍କ କାର୍ଯ୍ୟରେ ବ୍ୟବହାର

ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଦ୍ବାରା ଜାନୁଆରି ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ୩୩୭ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି । ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି। ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତିକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥ୍କ ଡିସପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ଭାବେ ବ୍ୟବହାର ହେଉଛି । ୨୨ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଠାରୁ ୪୦ କୋଟି ୮୪ ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି। ସରକାରୀ କୋଷାଗାରରେ ୩୨ଲକ୍ଷ୫୦ହଜାର ୮୪୪ ଟଙ୍କା ନଗଦ ଜମା କରାଯାଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ନିବାରଣ ବିଭାଗ ଗତ ତିନି ବର୍ଷ ଅର୍ଥାତ୍ ଜାନୁଆରୀ ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ କରିଛି । ଏଥିରୁ ୩୩୭ଟି ମାମଲାରେ ଦଣ୍ଡ ବିଧାନ ହୋଇଛି। ୬ ଜଣ ଦୁର୍ନୀତିଖୋର ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି । ଏହି ସମ୍ପତ୍ତିକୁ ଅନ୍ୟତ୍ରେ ବିନିଯୋଗ କରାଯାଇଛି। ଏଥିରେ ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥିକ୍ ଡିସ୍ପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ତିଆରି ହୋଇଛି । ଏହାଛଡ଼ା ୩୨,୫୦, ୮୪୪ ଟଙ୍କା ରାଜ୍ୟ କୋଷାଗାରରେ ଜମା କରାଯାଇଛି।
ଭିଜିଲାନ୍ସ ବିଭାଗର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ବର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍ସକୁ ୧୨୫ଟି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ। ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍ ତଦନ୍ତ କରିବା ପାଇଁ ଦେଇ ନାହାନ୍ତି।
ଏଥି ସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସ୍ର ଫଇସଲା ହୋଇଛି| ସର୍ବାଧିକ ୧୭୩ଟି ଆୟ ବହିର୍ଭୂତ ସମ୍ପତ୍ତିଠୁଳଜନିତ କେସ୍ର ଫଇସଲା ହୋଇଛି। ଏହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ।
ଭିଜିଲାନ୍ସ ଚଢ଼ଉ କରି ସରକାରୀ କର୍ମଚାରୀଙ୍କର ୧୧୯୯ଟି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଛି| ୧୫୩ଟି ବିଲ୍ଡିଂ, ୧୮.୩ କିଲୋଗ୍ରାମର ସୁନା, ୪୧୭ଟି ପ୍ଲଟ, ୧୨ଟି ଫାର୍ମ ହାଉସ ଜବତ କରାଯାଇଛି। ଏଥିସହିତ ୩୬.୬୯ କୋଟି ଟଙ୍କାର ଜମାରାଶି ଓ ୮.୮ କୋଟି ଗଳ୍ପିତ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି।
ପଢନ୍ତୁ ଏହି ଖବର: କୋଟିପତି କିରାଣି ସୁବ୍ରତ ବେହେରା ଗିରଫ, ଲାଇଫଷ୍ଟାଇଲ ଦେଖି ଭିଜିଲାନସ ତାଜୁବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories