Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ

Ritu Das
Browse all articles by Ritu Das
·1 year ago·1 min read
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ

ଅର୍ଗସ ବ୍ୟୁରୋ: ଆଜି ପୁଣି ଜଣେ କୁବେର ବାବୁଙ୍କୁ ଧରିଛି ଭିଜିଲାନ୍ସ ଟିମ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସର ୧୨ ଜଣିଆ ଟିମ ଚଢ଼ଉ କରିଛି। ନୀଳଗିରି ବାଲିଗୋହିରୀ ଠାରେ ଶ୍ରୀ ଜେନା ରହୁଥିବା ଭଡ଼ାଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି। ଏହାଛଡ଼ା ମୟୂରଭଞ୍ଜ ଜିଲ୍ଲାରେ ଥିବା ପୈତୃକ ଘରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି।

ଭିଜିଲାନ୍ସ ଏସପି ନରହରି ନାୟକଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଶ୍ରୀ ଜେନାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି। ସେହି ମାମଲା ଆଧାରରେ ଆଜି ଏହି ଚଢ଼ଉ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ନାଁରେ ଥିବା ବିଭିନ୍ନ କାଗଜପତ୍ର ସମେତ ବୀମା, ବ୍ୟାଙ୍କ୍ ବାଲାନ୍ସ ଓ ଅନ୍ୟାନ୍ୟ ସମ୍ପତ୍ତିର ଯାଞ୍ଚ କରାଯାଉଛି। ଏହା ପୂର୍ବରୁ ସେ ମୟୂରଭଞ୍ଜର ବାରିପଦା ସଦରରେ ବିଡିଓ ଥିଲେ।

ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଥାଉ କି, ଗତକାଲି ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଥିଲା। ତାଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ଟିମ ଏକକାଳୀନ ରେଡ୍ କରିଥିଲା । ଜଣେ ସରକାରୀ କର୍ମଚାରୀ ହୋଇ ନିଜ ଚାକିରି କାଳ ଭିତରେ କେମିତି ଏତେ ଟଙ୍କା କମାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। 
 

Sponsored
Vigilance at Nilgiris | Argus News