Vigilance raid / ଭିଜିଲାନ୍ସ ପଞ୍ଛାରେ ପୁଣି ଜଣେ ଯନ୍ତ୍ରୀ, ଜେସିବି ସହ ୫ଟି ଦାମୀ ପ୍ଲଟ ଠାବ
·6 days ago·2 min read

Key Points
ଭିଜିଲାନ୍ସ ପଞ୍ଝାରେ ଡ଼ହ ଜଳଭଣ୍ଡାରର ଏସ୍ଡିଓ
ଡ଼ହ ଇରିଗେସନ୍ ଉପଖଣ୍ଡରେ ଏସ୍ଡିଓ ପଞ୍ଚୁ ବେହେରା
୧୮ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ
ମଲ୍ଟି-ଷ୍ଟୋର୍ ବିଲ୍ଡିଂ ଓ ୫ଟି ମୂଲ୍ୟବାନ ପ୍ଲଟ ଚିହ୍ନଟ
ଭିଜିଲାନ୍ସ ପକ୍ଷରୁ ସୁଚନା

ବ୍ରହ୍ମପୁର, 26/03: ଭିଜିଲାନ୍ସ ପଞ୍ଝାରେ ଡ଼ହ ଜଳଭଣ୍ଡାରର ଏସ୍ଡିଓ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଇରିଗେସନ୍ ଡିଭିଜନ ଅଧୀନ ଡ଼ହ ଇରିଗେସନ୍ ଉପଖଣ୍ଡରେ କାର୍ଯ୍ୟରତ ଏସ୍ଡିଓ ପଞ୍ଚୁ ବେହେରା। ପଞ୍ଚୁ ବେହେରାଙ୍କ ଅଫିସ୍ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି । ଆଜି ସକାଳେ ତାଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି ।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ ମୋଟ ୧୮ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ ହୋଇଛି । ଏଥିରୁ ବ୍ରହ୍ମପୁର ସହରର ବାସଭବନରୁ ୧୫ ଲକ୍ଷ ୧୩ ହଜାର ଟଙ୍କା ଓ ଭଞ୍ଜନଗର ସରକାରୀ ବାସଭବନରୁ ୩ ଲକ୍ଷ ୭୨ ହଜାର ୮୦୦ ଟଙ୍କା ମିଳିଛି । ଏଥିସହିତ ପ୍ରାୟ ୫୭ ଲକ୍ଷ ଟଙ୍କା ମୂଲ୍ୟର ନିର୍ମାଣ କାମରେ ବ୍ୟବହୃତ ମିକ୍ସର୍ ମେସିନ୍ ଓ ପ୍ରାୟ ୩୭ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ଜେସିବି ମେସିନ୍ ମିଳିଛି । ଏହାସହ ବ୍ରହ୍ମପୁର ସହରରେ ଥିବା ଏକ ମଲ୍ଟି-ଷ୍ଟୋର୍ ବିଲ୍ଡିଂ, ସହର ଓ ପାଖପାଖି ଅଞ୍ଚଳରେ ମୋଟ ୫ଟି ମୂଲ୍ୟବାନ ପ୍ଲଟ ଚିହ୍ନଟ କରାଯାଇଛି । ବସନ୍ତ ବିହାର ଅଞ୍ଚଳରେ ୩୫୫୦ ବର୍ଗ ଫୁଟ୍ ଅଞ୍ଚଳରେ ତିଆରି ହୋଇଥିବା ତିନି ମହଲା ବାସଗୃହ ଠାବ କରିଛି ଭିଜିଲାନ୍ସ । ଏହି ସମ୍ପତ୍ତି ଗୁଡ଼ିକର ମୂଲ୍ୟାୟନ ଭିଜିଲାନ୍ସର ଟେକ୍ନିକାଲ୍ ଟିମ୍ ପକ୍ଷରୁ ଜାରି ରହିଛି । ଏଥିସହ ଯନ୍ତ୍ରୀ ପଞ୍ଚୁ ବେହେରାଙ୍କ ନାମରେ ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଥିବା ବେଳେ ବିଭିନ୍ନ ବ୍ୟାଙ୍କ ଓ ଡାକଘରରେ ଥିବା ଜମାର ସୂଚନା ମଧ୍ୟ ମିଳିଛି । ସେହିପରି ସୁନା ଓ ଅଳଙ୍କାରର ମୂଲ୍ୟାୟନ ଜାରି ଥିବା ସୂଚନା ମିଳିଛି । ଏହି ଚଢ଼ାଉ ଅଭିଯାନରେ ଭିଜିଲାନ୍ସ ବିଭାଗର ୩ ଜଣ ଏସଡିପିଓ ଓ ୭ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।
ଏବେ ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଦ୍ବାରା ଜାନୁଆରି ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ୩୩୭ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି । ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି। ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତିକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥ୍କ ଡିସପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ଭାବେ ବ୍ୟବହାର ହେଉଛି । ୨୨ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଠାରୁ ୪୦ କୋଟି ୮୪ ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି। ସରକାରୀ କୋଷାଗାରରେ ୩୨ଲକ୍ଷ୫୦ହଜାର ୮୪୪ ଟଙ୍କା ନଗଦ ଜମା କରାଯାଇଛି ବୋଲି ବିଧାନସଭାରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l
ପଢନ୍ତୁ ଏହି ଖବର: ଭିଜିଲାନ୍ସ ଫନ୍ଦାରେ ତହସିଲଦାର, ଠାବ ହେଲା ଆଲିଶାନ ମହଲ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories