Vigilance Raid / ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମାଡ଼ିବସିଲା ଭିଜିଲାନ୍ସ
·1 hour ago·1 min read

Key Points
୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ମାଡ଼ିବସିଲା ଭିଜିଲାନ୍ସ
ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ତଥ୍ୟ ଓ ଅନୁସନ୍ଧାନ ସଂଯୋଜକ
ଚନ୍ଦ୍ରଜିତ ପରିଜାଙ୍କ ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ତଦନ୍ତ କରୁଛି
ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ତଥ୍ୟ ଓ ଅନୁସନ୍ଧାନ ସଂଯୋଜକ
ଚନ୍ଦ୍ରଜିତ ପରିଜାଙ୍କ ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ତଦନ୍ତ କରୁଛି
ଜଗତସିଂହପୁର,୦୮/୧୦: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ତଥ୍ୟ ଓ ଅନୁସନ୍ଧାନ ସଂଯୋଜକ ଚନ୍ଦ୍ରଜିତ ପରିଜା । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚନ୍ଦ୍ରଜିତଙ୍କୁ ଗିରଫ କରିଛି ଭିଜିଲାନ୍ସ ।ବିଦ୍ୟାଳୟ ଗୁଡ଼ିକରେ ଡିଜିଟାଲ୍ ପ୍ୟାନେଲ୍ ବିଲ୍ କ୍ଲିୟରାନ୍ସ ପାଇଁ ଜଣେ ପ୍ରୋପାଇଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଚନ୍ଦ୍ରଜିତଙ୍କ କାର୍ଯ୍ୟାଳୟ ସମେତ ଗାଲୁପଡ଼ା ସ୍ଥିତ ନୂଆ ଘର ଓ କଟକ ମଧୂପଟଣା ଥାନା ନୂଆପଡ଼ାରେ ଥିବା ଘର ସମେତ ୩ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ତଦନ୍ତ କରୁଛି । ଏହି ଲାଞ୍ଚ ଅଭିଯୋଗର ପୂରା ଘଟଣା ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ଭିଜିଲାନ୍ସ ତଦନ୍ତ ଜାରି ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories