Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବସନ୍ତଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ୍

Smruti Parija
Browse all articles by Smruti Parija
·2 years ago
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବସନ୍ତଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ୍

ଭୁବନେଶ୍ୱର: ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର ଗିରଫ । ବସନ୍ତଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବସନ୍ତ ମହାପାତ୍ରଙ୍କୁ ଗିରଫ୍ କରିଛି ଭିଜିଲାନ୍ସ ସେଲ୍ । ବସନ୍ତଙ୍କର ସମୁଦାୟ 19 କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଯେଉଁଥିରେ 14 କୋଟି 50 ଲକ୍ଷର ଫ୍ଲାଟ୍ 4 କୋଟି 50 ଲକ୍ଷର ସୁନା ଗହଣା ଗାଡି ଆସବାବ ପତ୍ର ରହିଥିଲା । 

ଭୁବନେଶ୍ୱର ପାହାଳରେ ଥିବା ଆପାର୍ଟମେଣ୍ଟ, ଭୁବନେଶ୍ୱର ଗୌତମନଗରରେ ଥିବା କମର୍ସିୟାଲ କମ୍ପ୍ଲେକ୍ସ, କଳାରାହାଙ୍ଗରେ ଥିବା ଫ୍ଲାଟ, ଶୈଳଶ୍ରୀ ବିହାରରେ ଥିବା ଫ୍ଲାଟ, କଳ୍ପନା ଛକରେ ଥିବା ଫ୍ଲାଟ, ରଙ୍ଗାମାଟିଆରେ ଥିବା ଫ୍ଲାଟ, ବୌଦ୍ଧ ରାଜନପାଲିରେ ଥିବା ଘର, ଗଂଞ୍ଜାମ ଭଞ୍ଜନଗରେ ଥିବା ପୈତୃକ ବାସଭବନ, ବ୍ରହ୍ମପୁରରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance cell arrested -boudh-rtoBasant mohapatra | Argus News