Vigilance Raid / ରେଞ୍ଜର ଅନ୍ତର୍ଯାମୀ ସାହୁଙ୍କ ଘରେ ରେଡ୍, ୯ଟି ଠିକଣାରେ ଭିଜିଲାନ୍ସର ଚଢାଉ

Key Points
ଭିଜିଲାନ୍ସ ଜାଲରେ ରେଞ୍ଜର
ରାୟଗଡ଼ା କାଶୀପୁରର ରେଞ୍ଜର ଅନ୍ତର୍ଯାମୀ ସାହୁଙ୍କ ଘରେ ରେଡ୍
ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ
ଭିଜିଲାନ୍ସ ଜାଲରେ ରେଞ୍ଜର । କାଶୀପୁରର ରେଞ୍ଜର ଅନ୍ତର୍ଯାମୀ ସାହୁଙ୍କ ଘରେ ରେଡ୍ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯାମୀ ସାହୁଙ୍କ ୯ଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ । ରେଞ୍ଜର ଦୁର୍ନୀତି କରିବା ଏବଂ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗରେ ବହୁ ଦିନରୁ ଭିଜିଲାନ୍ସ ସ୍କାନରରେ ଥିଲେ ।
କାଶୀପୁର ସରକାରୀ କାର୍ଯ୍ୟାଳୟ, ବାସଭବନ, ପୈତୃକ ବାସଭବନ ଦାରିଙ୍ଗବାଡି, କନ୍ଧମାଳ ଜିଲ୍ଲାର ବାଲିଗୁଡା ବାସଭବନ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବ୍ରହ୍ମପୁର, ନୟାଗଡ଼ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ଜଣାପଡିଛି । ଏହି ବାବଦରେ ପ୍ରଶ୍ନ କରିବାରୁ ବୁମ ଏଡାଇ ଚାଲିଗଲେ ଅଭିଯୁକ୍ତ ରେଞ୍ଜର। ଅଭିଯୁକ୍ତ ରେଞ୍ଜରଙ୍କୁ ଭିଜିଲାନ୍ସ ଦ୍ୱାରା ଅଟକ କରିବା ସହ ରାୟଗଡା ସ୍ଥାନାନ୍ତର କରାଯାଇଛି । ଜୟପୁର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ୭ DSP, ୭ ଇନ୍ସପେକ୍ଟର୍ ଓ ୯ ଜଣ ASI ଚଢାଉରେ ସାମିଲ ଥିଲେ ।
📱 Get Argus News App
✨କନ୍ଧମାଳ ବାଲିଗୁଡାରେ ସ୍ତ୍ରୀଙ୍କ ନାମରେ ଥିବା ଘର, ନୟାଗଡ଼ କରଡାପଡା ସ୍ଥିତ ଶ୍ୱଶୁର ଘର, ଡାରିଙ୍ଗବାଡ଼ି ସ୍ରାଣିକେତାରେ ଘର ହୋଇଛି ଚଢାଉ । ସେହିପରି ଗଞ୍ଜାମ କୁକୁଡାଖଣ୍ଡି ତହସିଲ ଯୋଗିଆପଲ୍ଲୀରେ ଥିବା ଘର, ଡୋମୁହାଣି ଗାଁରେ ଥିବା ଘର,ଯଶିପୁର ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟରରେ ଚଢାଉ ।
Related Topics
Explore more stories