Videos
|
Odisha

ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍‍

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍‍

Key Points

ଭୁବନେଶ୍ବର ଆର୍‌.ଆଣ୍ଡ ବି ଡିଭିଜନ-2ର ସହାୟକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ
ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ସ୍ଥାନରେ ରେଡ୍
ନୀଳାଦ୍ରି ବିହାର ସ୍ଥିତ ତିନି ମହଲା ଘର, କସମୋପଲିସି ଫ୍ଲାଟରେ ରେଡ୍

ପୁଣି ଭିଜିଲାନ୍ସ ରେଡ୍ । ଭୁବନେଶ୍ବର ଆର୍‌.ଆଣ୍ଡ. ବି ଡିଭିଜନ-2ର ସହାୟକ ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ । ନୀଳାଦ୍ରି ବିହାରରେ ଥିବା ତିନି ମହଲା ଘର, କସମୋପୋଲିସ ଫ୍ଲାଟ, ପାହାଳ ସିମ୍ଫୋନି ମଲ୍‌ରେ ଥିବା ଦୋକାନ, ନୟାଗଡ଼ର ପୈତୃକ ଘର, ଶ୍ବଶୁର ଘର, ଆର ଆଣ୍ଡ ବି ଅଫିସରେ ଚାଲିଛି ଚଢାଉ । ଏକକାଳୀନ ୧୦ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ । ରେଡ୍‌ରେ ସାମିଲ ଅଛନ୍ତି ୭ ଜଣ dsp, ୫ ଜଣ ଇନ୍ସିପେକ୍ଟର ପ୍ରମୁଖ ।


କିଛିଦିନ ତଳେ ଭିଜିଲାନ୍ସ ଜାଲରେ ଧରା ପଡିଥିଲେ ଭୁବନେଶ୍ବର ମହାନଗର ନିଗମ ବା BMCର ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର ଜଗନ୍ନାଥ ପଟ୍ଟନାୟକ । ୩ ମହଲା କୋଠାରେ ପ୍ରାୟ ୧୦ ଘଣ୍ଟା ଛାନଭିନ୍ କରିଥିଲା ଭିଜିଲାନ୍ସ । କୁବେର ଇଂଜିନିୟରଙ୍କର ୬ଟି ସେଭିଂ ବ୍ୟାଙ୍କ ଆକାଉଣ୍ଟରେ ଥିଲା ପ୍ରଚୁର ଟଙ୍କା । ଆହୁରି ୨୮ ଲକ୍ଷ ୪୪ ହଜାର ଟଙ୍କା ମ୍ୟୁଚୁଆଲ୍ ଫଣ୍ଡରେ ସେ ନିବେଶ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାପୂର୍ବରୁ ଭିଜିଲାନ୍ସ ଜାଲରେ ଗିରଫ ହୋଇଥିଲେ 115 ପ୍ଲଟର ମାଲିକ କେନ୍ଦୁପତ୍ର DFO । ଗତ ଏକ ବର୍ଷ ଭିତରେ ଅନେକ ଦୁର୍ନୀତିଖୋର ବାବୁଙ୍କ ପର୍ଦ୍ଦାଫାଶ କରିଛନ୍ତି ବିଜେପି ସରକାର ।

Vigilance raid at the house of Assistant Engineer Rajkishore Jena | Argus News