Videos
|
Odisha

ଯାଜପୁର RD ଡିଭିଜନର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ ଜାରି

Ritu Das
Browse all articles by Ritu Das
·1 year ago
ଯାଜପୁର RD ଡିଭିଜନର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ ଜାରି

ଯାଜପୁର RD ଡିଭିଜନର JE ଭୀମସେନ ମହାରଣାଙ୍କ ଘରେ ଚଢାଉ ଜାରି ରହିଛି। RD ଡିଭିଜନର କୁଆଖିଆ ସ୍ଥିତ ଅଫିସ୍‌ରେ ରେଡ୍‌ କରିଛି ଭିଜିଲାନ୍ସ। ଯନ୍ତ୍ରୀଙ୍କ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଘରେ ବି ଚାଲିଛି ଚଢ଼ାଉ। ବାଲିଅନ୍ତାର ବ୍ରାହ୍ମଣ ଷଡଙ୍ଗୀ ସ୍ଥିତ ବାସଭବନରେ 12 ଜଣିଆ ଟିମ୍ କରୁଛନ୍ତି ଚଢାଉ।


ବ୍ରାହ୍ମଣ ଷଡଙ୍ଗୀରେ ବିଳାସପୂର୍ଣ୍ଣ ବାସଭବନରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ। ଜେଇଙ୍କ ବ୍ରାହ୍ମଣ ଷଡଙ୍ଗୀ ଘରେ ରହିଛି ଏକ ଫର୍ଣ୍ଣିଚର ଦୋକାନ। ଗତକାଲି 2 ଲକ୍ଷ 3 ହଜାର ଟଙ୍କା ସହ ଧରାପଡ଼ିଥିଲେ ଯନ୍ତ୍ରୀ। ଟାଙ୍ଗୀ ଟୋ‌ଲ୍‌ଗେଟ ନିକଟରେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ JE.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
vigilance-raid-continues-at-the-house-of-a-junior-engineer-of-jajpur-rd-division | Argus News