Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Vigilance Raid / ସରକାରୀ ବାବୁଙ୍କ ଘରେ ଛାନଭିନ୍ କରୁଛି ଭିଜିଲାନ୍ସ

Rashmita Mishra
Browse all articles by Rashmita Mishra
·6 months ago·2 min read
ସରକାରୀ ବାବୁଙ୍କ ଘରେ ଛାନଭିନ୍ କରୁଛି ଭିଜିଲାନ୍ସ
Vigilance Raid

Key Points

ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । 
ସେପଟେ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ କୋରାପୁଟ ଡିଭିଜନ ସିମିଳିଗୁଡାରେ କାର୍ଯ୍ୟରତ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ପାଞ୍ଚଟି ସ୍ଥାନରେ ଚଢ଼ାଉ ।

ମାଲକାନଗିରିରେ ଭିଜିଲାନ୍ସ ରେଡ୍ । ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସକୁ ଖବର ମିଳିଥିଲା । ମାଲକାନଗିରି ସମେତ ଏମପିଭି-୧୦ସ୍ଥିତ ତାଙ୍କ ଘର, ଅଫିସ ଏବଂ ରାଇଘର ସ୍ଥିତ ଶ୍ୱଶୁର ଘରେ ଏକାକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ତଦନ୍ତ ପରେ ସଠିକ ସମ୍ପତ୍ତି ସମ୍ପର୍କରେ କୁହାଯାଇପାରିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁଯାୟୀ ଶୁକ୍ରବାର ମାଲକାନଗିରି ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି । ପୂର୍ବରୁ ଏହି ଜେଇଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଥିଲା । ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୪ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଉଛି ।

ଚଢ଼ାଉ ହୋଇଥିବା ସ୍ଥାନଗୁଡ଼ିକ ହେଉଛି ଜୟନଗର, ମାଲକାନଗିରିରେ ତିନି ମହଲା ବିଶିଷ୍ଟ ବାସଭବନ। MPV-୧୦, କାଲିମେଳା, ରାଇଘର, ନବରଙ୍ଗପୁରର ଜଣେ ସମ୍ପର୍କୀୟଙ୍କ ଘରରେ ରେଡ୍ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି। ରେଡ୍ ଶେଷ ହେବା ପରେ ସମ୍ପତ୍ତିର ତାଲିକା ସାମ୍ନାକୁ ଆସିପାରିବ ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ଦିନକୁ ଦିନ ଖସୁଛି ବାୟୁର ମାନ

ସେପଟେ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ କୋରାପୁଟ ଡିଭିଜନ ସିମିଳିଗୁଡାରେ କାର୍ଯ୍ୟରତ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ପାଞ୍ଚଟି ସ୍ଥାନରେ ଚଢ଼ାଉ । ଭୁବନେଶ୍ଵରର ଦୁଇଟି ସ୍ଥାନ ତାଙ୍କ ପିତାମାତାଙ୍କ ଘର ଜଗତସିଂପୁର କୋରାପୁଟ ସିମିଳିଗୁଡାରେ ଥିବା ତାଙ୍କ କ୍ୱାଟର ଏବଂ ବନ ବିଭାଗର କାର୍ଯ୍ୟଳୟ ଉପରେ ଓଡ଼ିଶା ଭିଜିଲାନ୍ସର ଛଅ ଜଣିଆ ଟିମ୍ ତଦନ୍ତ ଜାରି ରଖିଛି ।

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଏହି ଅଭିଯାନ ଛଅ ଜଣ ଡିଏସପି, ସାତ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚାଲିଛି, ଯେଉଁମାନେ ଭୁବନେଶ୍ୱରର ସ୍ୱତନ୍ତ୍ର ସତର୍କତା ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ସହିତ ସଜ୍ଜିତ ।

ତଦନ୍ତ କରାଯାଉଥିବା ସ୍ଥାନଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ଝାରପଡ଼ାରେ ଦୁଇଟି ତିନି ମହଲା କୋଠା, ଜଗତ୍ସିଂହପୁରର ମୁକୁନ୍ଦପୁରରେ ତାଙ୍କ ପୈତୃକ ଘର, ଏବଂ କୋରାପୁଟ ବନ ବିଭାଗର ସେମିଲୁଗୁଡ଼ାରେ ତାଙ୍କ ସରକାରୀ କ୍ୱାର୍ଟର ଏବଂ ଅଫିସ୍ ରୁମ୍ ଅନ୍ତର୍ଭୁକ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance Raid | Vigilance Conducts Raid at Government Official’s Residence | Argus News