ତହସିଲଦାରଙ୍କ କଳାଧନର ପେଡ଼ି ଖୋଲୁଛି ଭିଜିଲାନ୍ସ, ବାଲେଶ୍ଵରରୁ ଭୁବନେଶ୍ଵର ଯାଏଁ ଚଢ଼ାଉ

Key Points
ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ବାଲେଶ୍ଵରରୁ ଭୁବନେଶ୍ଵର ପର୍ଯ୍ୟନ୍ତ ଏକକାଳୀନ ଭାବେ ୭ଟି ସ୍ଥାନରେ ଭିଜିଲାନ୍ସ ଛାନଭିନ୍ କରୁଛି ।
ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ତହସିଲଦାର । ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ବାଲେଶ୍ଵରରୁ ଭୁବନେଶ୍ଵର ପର୍ଯ୍ୟନ୍ତ ଏକକାଳୀନ ଭାବେ ୭ଟି ସ୍ଥାନରେ ଭିଜିଲାନ୍ସ ଛାନଭିନ୍ କରୁଛି ।
ବାଲେଶ୍ଵରରେ ଭିଜିଲାନ୍ସର ୩ଟି ଟିମ୍ ଚଢ଼ାଉ କରୁଛି । ରେମୁଣା ତହସିଲ୍ ଅଫିସ୍ ସହ ବାଲେଶ୍ଵର କୁରୁଡ଼ାରେ ୨ ମହଲା ଘର, ସୋରରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ ଚାଲିଛି । ଭୁବନେଶ୍ଵରର ଶୈଳଶ୍ରୀ ବିହାରରେ ଥିବା ଫ୍ଲାଟ, ସୋଟେକ ପ୍ରାଇଡ୍ରେ ଥିବା ୩ ବିଏଚ୍କେ ଫ୍ଲାଟ ସହ ଡୁମଡୁମା ସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।
📱 Get Argus News App
✨ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଟିମ୍ ଉଠାଇ ନେଇ ସର୍କିଟ୍ ହାଉସ୍ରେ ପଚରା ଉଚରା କରୁଛନ୍ତି । ରେମୁଣା ତହସିଲଦାର ହେବା ପୂର୍ବରୁ ବିଦ୍ୟାଧର ରେମୁଣା ତହସିଲ୍ ଅଫିସର ସେକ୍ସନ୍ ଅଫିସର ଥିଲେ । ପରେ ଅତିରିକ୍ତ ତହସିଲଦାର ଭାବେ ପଦୋନ୍ନତି ପାଇ କରଞ୍ଜିଆରେ ପୋଷ୍ଟିଂ ହୋଇଥିଲେ । ମାତ୍ର ମାସକ ତଳେ ବିଦ୍ୟାଧର ପତି ରେମୁଣା ତହସିଲଦାର ଭାବେ ପଦୋନ୍ନତି ପାଇ ଜଏନ୍ କରିଥିଲେ ।
ଆଉ ଏବେ ବାବୁଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ । ଏବେ ସୁଦ୍ଧା ଭୁବନେଶ୍ଵରରେ ବାବୁଙ୍କ ୨ଟି ଫ୍ଲାଟ୍ ସହ ବାଲେଶ୍ଵରରେ ୨ ମହଲା କୋଠା ଠାବ କରିଛି ଭିଜିଲାନ୍ସ । ତହସିଲଦାରଙ୍କ କେତେ ବ୍ୟ।ଙ୍କ ଜମା, ସୁନା ରହିଛି ଭିଜିଲାନ୍ସ ତାର ଛାନଭିନ୍ ଜାରି ରଖିଛି ।

