ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ଏକାସାଙ୍ଗରେ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
·2 years ago·1 min read

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା କାଡା ଅଫିସର କନିଷ୍ଠଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି। ଏକାସାଙ୍ଗେ କନିଷ୍ଠ ଯନ୍ତ୍ରୀଙ୍କ ଘର ଏବଂ ଅଫିସରେ ଚାଲିଛି ଚଢ଼ାଉ। ଏହି ଚଢ଼ାଉରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି।
ଡ୍ରାଇଭରଙ୍କୁ ହୃଦଘାତ : ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଲା ୫୦ ଜୀବନ
ଖବର ଅନୁଯାୟୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ କାର୍ଯ୍ୟାଳୟ ସହ ଭୁବନେଶ୍ବର ଓ ବାଲେଶ୍ବର ବାସଭବନ ଉପରେ ଏକାସମୟରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ମାଲକାନଗିରି ସମେତ ନିଜ ଘର ଜଳେଶ୍ବର ଓ ଭୁବନେଶ୍ବରରେ ଥିବା ନିଜସ୍ବ ଏକ ଫ୍ଲାଟ ଓ ପୋଖରୀପୁଟରେ ଥିବା ଶ୍ବଶୁର ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ମାଲକାନଗିରି ଭଡ଼ା ଘରୁ ଏପର୍ଯ୍ୟନ୍ତ ୧ଲକ୍ଷ ୨୦ ହଜାର ଟଙ୍କା ନଗଦ ମିଳିଥିବାବେଳେ ଏକାଧିକ ବ୍ୟାଙ୍କ ଆକାଉଣ୍ଟର ପାସବୁକ ମିଳିଛି। ଏହାସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: