Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡେପୁଟି ରେଞ୍ଜରଙ୍କ ଘରେ ଟଙ୍କାର ପାହାଡ଼ , ୧.୪ କୋଟି ଟଙ୍କା ନଗଦ ଜବତ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଡେପୁଟି ରେଞ୍ଜରଙ୍କ ଘରେ ଟଙ୍କାର ପାହାଡ଼ , ୧.୪ କୋଟି ଟଙ୍କା ନଗଦ ଜବତ

Key Points

ଭିଜିଲାନ୍ସ ଜାଲରେ ରେଞ୍ଜର
ଜୟପୁର ବନ ବିଭାଗ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍
ରାମଚନ୍ଦ୍ର ନେପାକଙ୍କ ଘରେ ଚାଲିଛି ଚଢାଉ
୧.୪ କୋଟି ସହ ୪ ଟି ସୁନା ବିସ୍କୁଟ ଜବତ

ଜୟପୁରର ଡେପୁଟି ରେଞ୍ଜରଙ୍କ ଘରେ ଟଙ୍କାର ପାହାଡ଼ । ପାଖାପାଖି ଦେଢ କୋଟି ଜବତ କରିଛି ଭିଜିଲାନ୍ସ । ଜୟପୁର ବନ ବିଭାଗ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ଦେଢ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ଏତେ ଟଙ୍କା ଯେ, ତାକୁ ଗଣିବା ସମ୍ଭବ ହେଉନାହିଁ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ପୈତୃକ ବାସଭବନ ସହ ଅନ୍ୟ ୪ଟି ସ୍ଥାନରେ ଭିଜିଲାନ୍ସର ଏକାକାଳିନ ଚଢାଉ ହେଉଛି । ରେଞ୍ଜରଙ୍କ ଜୟପୁର ପିଆରପେଟା ସ୍ଥିତ ବାସଭବନରେ ଚାଲିଛି ରେଡ୍ ।


ନଗଦ ୧.୪ କୋଟି ଟଙ୍କା ଘରୁ ଜବତ ହୋଇଛି । ଅଧକେଜିରୁ ଅଧିକ ସୁନା ୨ କେଜିରୁ ଅଧିକ ରୂପାଜବତ କରାଯାଇଛି । ଘର ଟ୍ରାଜେଡିରୁ ବାହାରୁଛି ବିଡା ବିଡା ୫୦୦ ଟଙ୍କିଆ ଏବଂ ୨୦୦ ଟଙ୍କିଆ ନୋଟ୍ । ଏହା ବ୍ୟତୀତ, ୪ ଟି ସୁନା ବିସ୍କୁଟ ଏବଂ ୧୦ ଗ୍ରାମ ଲେଖାଏଁ ୧୬ ଟି ସୁନା ମୁଦ୍ରା ମଧ୍ୟ ଜବତ କରାଯାଇଛି । ସୁନାର ଓଜନ ଚାଲିଛି। ୪ କୋଟିର କୋଠା ୨୦ ଲକ୍ଷର ଜମି ଠାବ କରିଛି ଭିଜିଲାନ୍ସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance Raid , More than Rs 1.5 crore seized from Deputy Ranger Ramachandra Nepak's house | Argus News