Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏତେ ଟଙ୍କା ଆସୁଛି କେଉଁଠୁ, ଆରମ୍ଭରୁ କ'ଣ ସବୁ ଆଖି ବୁଜି ଦେଉଛନ୍ତି ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏତେ ଟଙ୍କା ଆସୁଛି କେଉଁଠୁ, ଆରମ୍ଭରୁ କ'ଣ ସବୁ ଆଖି ବୁଜି ଦେଉଛନ୍ତି ?

Key Points

କୁବେର ବାବୁଙ୍କ ଅମାପ ସମ୍ପତ୍ତି ଦେଖି ତାଟକା ଭିଜିଲାନ୍ସ ଅଧିକାରୀ ତାଟକା ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଭୁବନେଶ୍ବର, କଳାହାଣ୍ଡି ଓ ନବରଂଗପୁରର ୮ଟି ସ୍ଥାନରେ ଚଢ଼ଉ କରାଯାଇଛି ।

ଧରାପଡ଼ିଲେ ପୁଣି ଜଣେ କୁବେର ବାବୁ । ତାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ବି ଟେରା । କୁବେର ବାବୁଙ୍କ ଅମାପ ସମ୍ପତ୍ତି ଦେଖି ତାଟକା ଭିଜିଲାନ୍ସ ଅଧିକାରୀ ତାଟକା । ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଘଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍‌ କରିଛି । ତାଙ୍କ ଘରୁ ପୁଳା ପୁଳା ସୁନା ଜବତ କରାଯାଇଛି । ଖାଲି ସେତିକି ନୁହେଁ ବାବୁଙ୍କ ମାଳ ମାଳ ଫାର୍ମ ହାଉସ ଦେଖି ଭିଜିଲାନ୍ସ ଅଫିସରଙ୍କ ମୁଣ୍ଡ ଗୋଲ । ଏତେ ଟଙ୍କା ଆସିଲା କେଉଁଠୁ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ?

ନବରଙ୍ଗପୁରରେ ବାବୁଙ୍କର ୪୦ ଏକରର ଫାର୍ମ ହାଉସ ଠାବ ହୋଇଥିବା ବେଳେ ପୁଣି ଆଉ ୬ ଏକର ଫାର୍ମ ହାଉସ ଠାବ ହୋଇଛି । ସେପଟେ ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ମଧ୍ୟ ଜବତ ହୋଇଛି । ବାବୁଙ୍କ ଏକ ବେନାମୀ କାର ସହ ନବରଙ୍ଗପୁରରେ ରହିଛି ଗୋଟିଏ ସପିଂ କମ୍ପ୍ଲେକ୍ସ । ଭବାନୀପାଟଣା ସହରର ଅନତି ଦୂରରେ ୧୧ ଏକର ଜମି ଠାବ ହୋଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଭୁବନେଶ୍ବର, କଳାହାଣ୍ଡି ଓ ନବରଂଗପୁରର ୮ଟି ସ୍ଥାନରେ ଚଢ଼ଉ କରାଯାଇଛି । ଭୁବନେଶ୍ବରର ମୃତ୍ତିକା ସଂରକ୍ଷଣ ବିଭାଗରେ ଥିବା ଅଫିସ, ଗୋଠପାଟଣାରେ ଥବା ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁରରେ ଥିବା ବାସଭବନରେ ଚଢ଼ଉ ଚାଲିଛି । କଳାହାଣ୍ଡି ଜୁନାଗଡ଼ରେ ଥିବା ତାଙ୍କ ପୈତୃକ ଘର, ଧର୍ମଗଡ଼ରେ ଥିବା ଶ୍ବଶୁର ଘର, ନବରଂଗପୁରରେ ନିର୍ମାଣାଧୀନ ଘର ଓ ଦୁଇଜଣ ସମ୍ପର୍କୀୟଙ୍କ ନାଁରେ ଥିବା ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି ।

ସେହିଭଳି ଗତକାଲି ମଧ୍ୟ ଜଣେ ବାବୁଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ତାଙ୍କ ଚାକିରି ସରିବାର ଗୋଟିଏ ଦିନ ପୂର୍ବରୁ ଏହି ରେଡ୍‌ କରାଯାଇଥିଲା । ଦିନକ ପରେ ସେ ଅବସର ନେଇଥାନ୍ତେ। ହେଲେ ମାଡ଼ି ବସିଲା ଭିଜିଲାନ୍ସ । ଭାବିଥିଲେ ଯାହାହେଉ ଶୁରୁଖୁରୁରେ ଚାକିରି ଜୀବନ ସରିଲା, ଏବେ ଯାହା ରଖିଛି ଘରେ ଶନ୍ତିରେ ବସି ଖାଇବି । ହେଲେ ଗୋଟିଏ ଦିନ ପୂର୍ବରୁ ବଦଳିଗଲା ସବୁ ପରିସ୍ଥିତି । ଚୁରମାର ହୋଇଗଲା ବାବୁଙ୍କ ସବୁ ସ୍ୱପ୍ନ । ଏବେ ନା ପେନ୍‌ସନ୍ ମିଳିବ, ନା ଯେଉଁ ସମ୍ପତ୍ତି ରଖିଥିଲେ ଉପଭୋଗ କରିପାରିବେ । ଏମିତିକି ବାକି ଜୀବନ ତାଙ୍କୁ ଜେଲ୍‌ରେ ମଧ୍ୟ କଟିବାକୁ ପଡ଼ିପାରେ ।

ଏହି ବାବୁ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍‌ର ସହକାରୀ ନିର୍ବାହୀଯନ୍ତ୍ରୀ (ଏଇଇ) ସୁଶୀଲ କୁମାର ପଣ୍ଡା । ମିଳିଥିବା ସୂଚନା ଅନୁସାରେ ଏଇଇ ଶ୍ରୀ ପଣ୍ଡା ଓ ତାଙ୍କ ପରିବାରବର୍ଗ ନାମରେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ଆକଳନ କରିଛି। ବ୍ରହ୍ମପୁର ସହର ରାମହରିନଗରରେ ଏକ ତିନି ମହଲା କୋଠା ରହିଥିବା ବେଳେ ଆଙ୍କୁଲି ମୁକ୍ତେଶ୍ବର ଆପାର୍ଟମେଣ୍ଟ୍‌ରେ ଏକ ଫ୍ଲାଟ୍‌, ପୁରୀରେ ଏକ ଫ୍ଲାଟ୍‌, ଭୁବନେଶ୍ବର, ଖୋର୍ଦ୍ଧା ଓ ବ୍ରହ୍ମପୁରରେ ୬ଟି ପ୍ଲଟ୍‌ ରହିଛି।

ତାଙ୍କ ନିକଟରୁ ୨ ଲକ୍ଷ ୫ହଜାର ଟଙ୍କା ନଗଦ ଜବତ ହୋଇଛି। ଏହାବାଦ୍ ୧୨୬ ଗ୍ରାମ୍ ସୁନା ଅଳଙ୍କାର, ୫୦ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ ମହିନ୍ଦ୍ରା କାର୍‌, ୧୦ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ଓ ବ୍ରହ୍ମପୁର ବିସିସି ବ୍ୟାଙ୍କରେ ଏକ ଲକର୍‌ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance raid on Dayanidhi Bagh, Joint Director of the Soil Conservation Department | Argus News