Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଭିଜିଲାନ୍ସ ଜାଲରେ ଶାନ୍ତନୁ , ଘରୁ ନଗଦ ଦେଢ କୋଟି ଟଙ୍କା ଜବତ

Odisha

ଭିଜିଲାନ୍ସ ଜାଲରେ ଶାନ୍ତନୁ , ଘରୁ ନଗଦ ଦେଢ କୋଟି ଟଙ୍କା ଜବତ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଭିଜିଲାନ୍ସ ଜାଲରେ ଶାନ୍ତନୁ , ଘରୁ ନଗଦ ଦେଢ କୋଟି ଟଙ୍କା ଜବତ

ମାଲକାନଗିରି : କୋଟିପତି ବାବୁଙ୍କ ବିଡା ବିଡା ନୋଟ୍ ଦେଖି ତାଜୁବ୍ ଭିଜିଲାନ୍ସ । ମାଲକାନଗିରି ଜଳସମ୍ପଦ ଅଧିକାରୀଙ୍କ ଘରୁ ନଗଦ ଦେଢ କୋଟି ଟଙ୍କା ଜବତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶାନ୍ତନୁ ମହାପାତ୍ରଙ୍କ ମାଲକାନଗିରି ବାସଭବନ ସମେତ 7ଟି ସ୍ଥାନରେ ଚଢାଉ । ନବରଙ୍ଗପୁର, ଜୟପୁରର ୩ ମହଲା ଘର, କଟକର ପୈତୃକ ଘର, ଭୁବନେଶ୍ବର ଭୀମଟାଙ୍ଗୀରେ ସମ୍ପର୍କୀୟ ଘର ସମେତ ମାଲକାନଗିରି ଅଫିସରେ ଚାଲିଛି ରେଡ୍ ।

ଏଥିସହ ଆସିଷ୍ଟାଣ୍ଡ ଏଗ୍ରିକଲଚର୍ ଇଞ୍ଜିନିୟର ମୋହନ ମଣ୍ଡଳଙ୍କ ମାଲକାନଗିରି ଘର, ମାଲକାନଗିରି ଜଳଚ୍ଛାୟାର ଡାଟା ଏଣ୍ଟ୍ରି ଅପରେଟର ବିଶ୍ବଜିତ ମଣ୍ଡଳଙ୍କ ଘର, ମାଲକାନଗିରି ଜଳ ଛାୟାର କଂଟ୍ରାଚ୍ୟୁଆଲ୍ ଷ୍ଟାପ ଅମୀୟକାନ୍ତ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି । ରେଡରେ ସାମିଲ୍ ଅଛନ୍ତି 2 ଜଣ ଅତିରିକ୍ତ ଏସ୍ପି, 4ଜଣ ଡ଼ିଏସପି, 10ଜଣ ଇନ୍ସୀପେକ୍ଟର, 6ଜଣ ASI ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Vigilance raid on Malkangari Water Resources Officer's house | Argus News