ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ

Key Points
ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ଲାଞ୍ଚ ନେଉଥିଲେ ସିଡିଏମଓ କାର୍ଯ୍ୟାଳୟର ବରିଷ୍ଠ କିରାଣି
୨୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ
୨୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ଓ ନିରଞ୍ଜନଙ୍କୁ ଧରିଲା ଭିଜିଲାନ୍ସ। ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ନେଉଥିଲେ ଲାଞ୍ଚ। ପିଅନ ନିରଞ୍ଜନଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ ଜଗଦୀଶ । ସିଡିଏମଓ କାର୍ଯ୍ୟାଳୟ ଓ ଜଗଦୀଶଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ ଜାରି
ଭିଜିଲାନ୍ସ ଜାଲରେ ଗଜପତି ସିଡିଏମଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ। ୨୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ଓ ନିରଞ୍ଜନଙ୍କୁ ଧରିଲା ଭିଜିଲାନ୍ସ। ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ନେଉଥିଲେ ଲାଞ୍ଚ। ପିଅନ ନିରଞ୍ଜନଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ ଜଗଦୀଶ । ସିଡିଏମଓ କାର୍ଯ୍ୟାଳୟ ଓ ଜଗଦୀଶଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ନିରଞ୍ଜନଙ୍କ ମଣ୍ଡଳଦେବୀ ସ୍ଥିତ ବାସଭବନରେ ବି ଭିଜିଲାନ୍ସର ଚଢଉ ଜାରି ରହିଛି । DSP ସରତ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ରାଜେନ୍ଦ୍ର ନାୟକ, ଡି ବାସୁଦେବ ରାଓ ଇନ୍ସପେକ୍ଟର ସହ ୧୨ ଜଣିଆ ଟିମ୍ କରୁଛନ୍ତି ତଦନ୍ତ ।