Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Vigilance raid / ଦେବବ୍ରତ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ, ଇଡି ମାଗିଲା ତଥ୍ୟ

Bikash Mohanty
Browse all articles by Bikash Mohanty
·4 months ago·2 min read
ଦେବବ୍ରତ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ, ଇଡି ମାଗିଲା ତଥ୍ୟ
Vigilance

Key Points

ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ
୭ ଦିନିଆ ରିମାଣ୍ଡରେ ଆଣିବ ଭିଜିଲାନ୍ସ
ଭିଜିଲାନ୍ସକୁ ସମସ୍ତ ତଥ୍ୟ ମାଗିଲା ଇଡି
ଲାଞ୍ଚ ନେଇ ଧରାପଡ଼ିଥିବା କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ। ୭ ଦିନିଆ ରିମାଣ୍ଡରେ ଆଣିବ ଭିଜିଲାନ୍ସ । ଭିଜିଲାନ୍ସକୁ ସମସ୍ତ ତଥ୍ୟ ମାଗିଲା ଇଡି । ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ। ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଚଢ଼ାଉ ବେଳେ ମିଳିଥିଲା ୪ କୋଟି କ୍ୟାସ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଦେବବ୍ରତ ମହାନ୍ତି ।

ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିଲେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ଘରୁ ୪ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଥିଲା। ଖାଲି ଟଙ୍କା ନୁହେଁ ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ପାଖାପାଖି ୧୩୦ ଗ୍ରାମ୍‌ ସୁନା ମିଳିଥିଲା ବାବୁଙ୍କ ଘରୁ । ଭୁବନେଶ୍ବର ପାହାଳରେ ୨୪ ଶହ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ ରହିଛି।

ମାସିକ ୮ ହଜାର ଟଙ୍କା ଦରମାରେ ୨୦୦୪ରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଦେବବ୍ରତ। ବଲାଙ୍ଗୀରରେ ଜୁନିୟର ମାଇନିଂ ଅଫିସର ଭାବେ ଚାକିରି ଆରମ୍ଭ କରିଥିଲେ । ଚଳିତବର୍ଷ ଜାନୁଆରୀ ୭ରେ କଟକରେ ଡେପୁଟି ଡାଇରେକ୍ଟର ମାଇନ୍ସ ଭାବେ ଯୋଗ ଦେଇଥିଲେ । କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଦଶପଲାର ମେଜର ଓ ମାଇନର ମିନେରାଲ ବାବୁଙ୍କ ଅଧୀନରେ ଥିଲା । ୨୦୨୮ ମେ'ରେ ନେଇଥାନ୍ତେ ଅବସର ହେଲେ ତା ପୂର୍ବରୁ ଲାଞ୍ଚ ମାମଲାରେ ଜେଲ ହାଜତକୁ ଯାଇଛନ୍ତି ଦେବବ୍ରତ।

ଭିଜିଲାନ୍ସ ଚଢ଼ାଉରେ ଆଜିଯାଏଁ ଜବତ ହୋଇଥିବା ନଗଦ ଟଙ୍କାର ସର୍ବକାଳୀନ ରେକର୍ଡ । ପୂର୍ବରୁ ଏକଜିକ୍ୟୁଟିଭ୍ ଇଞ୍ଜିନିୟର କାର୍ତ୍ତିକେଶ୍ବର ରାଉଳଙ୍କଠାରୁ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା, ନବରଙ୍ଗପୁରର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ୩ କୋଟି ୧୨ ଲକ୍ଷ ୩୦ ହଜାର ୮୦୦ଟଙ୍କା, RW ବିଭାଗ ମୁଖ୍ୟ ଯନ୍ତ୍ରୀ, ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରୁ ୨କୋଟି ୫୬ଲକ୍ଷ ଟଙ୍କା, ମାଲକାନଗିରି ଜଳସମ୍ପଦ ବିଭାଗ ପିଡି ଶାନ୍ତନୁ ମହାପାତ୍ରଙ୍କ ୨ କୋଟି ୮ ଲକ୍ଷ ଟଙ୍କା ଓ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରି ୧ କୋଟି ୬୪ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସ୍ବାଭାବିକ ଭାବେ ସନ୍ଦେହ ହେଉଛି, ସରକାରୀ ପଦପଦବୀର ଦୁରୂପଯୋଗ କରି ନିଜସ୍ବ ବ୍ୟାଙ୍କ ବାଲାନ୍ସ ବଢ଼ାଇଛନ୍ତି ଏହି ବଡ଼ ବାବୁ ।

ଏଥିସହ ପଢ଼ନ୍ତୁ: ଓଡିଶା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ ରେଡ୍, 4 କୋଟି ଜବତ୍, ଲାଞ୍ଚୁଆ ଖଣି ଉପନିର୍ଦ୍ଦେଶକ ଗିରଫ



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance raid | Debabrata Mohanty Remand: Vigilance Action in Cuttack Mining Bribery Case, ED Seeks Information | Argus News