Videos
|
Odisha

ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଟିମ

Ritu Das
Browse all articles by Ritu Das
·1 year ago
ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଟିମ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ସରକାରୀ ବାସ ଭବନରେ ଭିଜିଲାନ୍ସ ଟିମ୍‌। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଡାଉ କରିଛି ଭିଜିଲାନ୍ସ ବିଭାଗ । ସରକାରୀ ଅଫିସ, ଘର, କୁକୁଡା ଓ ଭୂବନେଶ୍ବର ଘର ସମେତ ୭ ଟି ସ୍ଥାନରେ ଚାଲିଛି ଚଢ଼ାଉ। ତେବେ ଚଢାଉରେ ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଏଏସଆଇ ସାମିଲ ହୋଇଥିଲେ। ତେବେ ବାଲେଶ୍ବରରେ ଭିଜିଲାନ୍ସ ବିଭାଗ ବିଦ୍ୟାଧରଙ୍କ ପୈତୃକ ଘର, କୁରୁଡ଼ା ସ୍ଥିତ ୨ ମହଲା ଘର ଉପରେ ଚଢାଉ କରିଥିଲେ।


ବର୍ତ୍ତମାନ ସୁଦ୍ଧା ଜେରା ଚାଲିଥିବା ବେଳେ ଭୁବନେଶ୍ବରରେ ୩ ଟି ସ୍ଥାନରେ ଘର, ୨ ଟି ପ୍ଲଟ , ୧୦୦ ଗ୍ରାମ ସୁନା, ଗୋଟିଏ କାର୍ ଓ ବାଇକ ଜବତ କରାଯାଇଛି। ଏହା ସହ ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଓ ଅନ୍ୟାନ୍ୟ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vigilance team at Remuna Tehsildar Vidyadhar's husband's house | Argus News