Videos
|
Odisha

ଲାଞ୍ଚ ନେଇ ଧରାପଡ଼ିଲେ OAS ଟପ୍ପର, ମନ୍ତ୍ରୀ କହିଲେ 'ନିଲମ୍ବିତ ହେବେ ତହସିଲଦାର'

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଲାଞ୍ଚ ନେଇ ଧରାପଡ଼ିଲେ OAS ଟପ୍ପର, ମନ୍ତ୍ରୀ କହିଲେ 'ନିଲମ୍ବିତ ହେବେ ତହସିଲଦାର'

Key Points

ଲୋକଙ୍କ ସେବାରେ ନିୟୋଜିତ OAS ଟପ୍ପର ତହସିଲଦାର ଲାଞ୍ଚ ନେଇ ଧରାପଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଵ ମନ୍ତ୍ରୀ । ସେ କହିଛନ୍ତି, 'ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ବିଜେପି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଖୁବଶୀଘ୍ର ତାଙ୍କୁ ନିଲମ୍ବିତ କରାଯିବ ।

ଭୁବନେଶ୍ଵର: ଲାଞ୍ଚ ନେଉଥିଲେ OAS ଟପ୍ପର, ଧରିଲା ଭିଜିଲାନ୍ସ । ୧୫ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାମରା ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା । ଜମିବାଡ଼ି ପଟ୍ଟାକୁ ଘରବାଡ଼ି କିସମରେ ପରିବର୍ତ୍ତନ ପାଇଁ ସେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି ।


ସୂଚନା ଅନୁସାରେ, ଜଣେ ବ୍ୟକ୍ତ ଜମି ପଟ୍ଟାର କିସମ ପରିବର୍ତ୍ତନ ପାଇଁ ମାସକ ତଳେ ସମ୍ବଲପୁର ଜିଲ୍ଲା ବାମରା ତହସିଲ୍ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଆଉ ଜମି କିସମ ପରିବର୍ତ୍ତନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଟପ୍ପର ତହସିଲଦାର । ଆଉ ଶେଷରେ ୧୫ ହଜାର ଟଙ୍କା ଦେବାକୁ କହିଥିଲେ, ନ ଦେଲେ କିସମ ପରିବର୍ତ୍ତନ ହୋଇ ପାରିବ ନାହିଁ ବୋଲି କହିଥିବା ଭିଜିଲାନ୍ସ ସୂଚନା ଦେଇଛି ।


ଏହାକୁ ନେଇ ଅଭିଯୋଗକାରୀ ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ । ଆଉ ପୂର୍ବ ଯୋଜନା ଅନୁସାରେ, ଶୁକ୍ରବାର ତହସିଲଦାର ଅଶ୍ଵିନୀ ପଣ୍ଡା ଜମି କିସମ ପରିବର୍ତ୍ତନ ପାଇଁ ତାଙ୍କ ଡ୍ରାଇଭରଙ୍କ ଜରିଆରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଥିଲା । ଏହାପରେ ଭିଜିଲାନ୍ସ ତହସିଲଦାରଙ୍କ ଘର ସହ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ।
ଚଢ଼ାଉ ବେଳେ ବାବୁଙ୍କ ଭୁବନେଶ୍ଵର ଘରୁ ଭିଜିଲାନ୍ସ ପାଇଥିଲା ନଗଦ ୪ ଲକ୍ଷ ୭୩ ହଜାର ଟଙ୍କା । ମାମଲାରେ ଭିଜିଲାନ୍ସ OAS ଅଶ୍ଵିନୀ ପଣ୍ଡାଙ୍କ ସହ ତାଙ୍କ ଡ୍ରାଇଭରକୁ ଗିରଫ କରିଛି । ଅଶ୍ଵିନୀ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ ।


ଲୋକଙ୍କ ସେବାରେ ନିୟୋଜିତ OAS ଟପ୍ପର ତହସିଲଦାର ଲାଞ୍ଚ ନେଇ ଧରାପଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଵ ମନ୍ତ୍ରୀ । ସେ କହିଛନ୍ତି, 'ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ବିଜେପି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦୁର୍ନୀତି କରି ଅନେକ ଅଫିସର ଜେଲ ଗଲେଣି । ଦୁଇ ଦିନ ତଳେ କୁଚିଣ୍ଡା ତହସିଲଦାରଙ୍କୁ ସରକାର ନିଲମ୍ବନ କରିଛନ୍ତି । ଏବେ ୨୦୧୯ ବ୍ୟାଚର ଟପ୍ପର ଲାଞ୍ଚ ନେଇ ଧରା ପଡ଼ିଛନ୍ତି ।'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଖୁବଶୀଘ୍ର ତାଙ୍କୁ ନିଲମ୍ବିତ କରାଯିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଏଥିସହ ମନ୍ତ୍ରୀ ଲୋକଙ୍କୁ ଅପିଲ୍ କରି କହିଛନ୍ତି, 'ସରକାରୀ ସ୍ତରରେ, ରାଜସ୍ବ ବିଭାଗରେ ଅନ୍ୟାୟ, ଲାଞ୍ଚ, ଆଇନ ବିରୋଧୀ କାର୍ଯ୍ୟ ଦେଖିଲେ ନଜରକୁ ଆଣନ୍ତୁ, କେହି ବର୍ତ୍ତିବେନି । ବିଭାଗ ପ୍ରତି ମାସ ଆସେସମେଣ୍ଟ କରୁଛି । ଯିଏ ଦୁର୍ନୀତି କରିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜୀବନ ସାରା ପଶ୍ଚାତାପ କରିବେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଭିଜିଲାନ୍ସ ଓ ପୋଲିସ ଆକ୍ସନ ନେବା ପୂର୍ବରୁ ବିଭାଗ ପହଞ୍ଚିବ ।'

Topper OAS Officer Ashwini Panda Caught Taking ₹15,000 Bribe in Vigilance Trap | Argus News | Argus News