Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମ୍ବଲପୁରରେ ହନୁମାନ ଜୟନ୍ତୀ ନେଇ ଜୋରଦାର ପ୍ରସ୍ତୁତି

Odisha

ସମ୍ବଲପୁରରେ ହନୁମାନ ଜୟନ୍ତୀ ନେଇ ଜୋରଦାର ପ୍ରସ୍ତୁତି

Rashmita Mishra
Browse all articles by Rashmita Mishra
·1 year ago·1 min read
ସମ୍ବଲପୁରରେ ହନୁମାନ ଜୟନ୍ତୀ ନେଇ ଜୋରଦାର ପ୍ରସ୍ତୁତି

ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ଜୋରଦାର ପ୍ରସ୍ତୁତି । ୨୦୨୩ ଭଳି ହିଂସାକାଣ୍ତ ଏଥର ହେବନି ବୋଲି ପୋଲିସ ଦୃଢୋକ୍ତି ପ୍ରକାଶ କରିଛି । ଏଥିପାଇ ଗୁରୁବାର ପୋଲିସ ଡିଜି ସମ୍ବଲପୁର ଗସ୍ତ କରି ରାମନବମୀ ଓ ହନୁମାନ ଜୟନ୍ତୀ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । କିଭଳି ଶାନ୍ତି ଶୃଙ୍ଖଳାର ସହ ମହୋତ୍ସବ ପାଳନ କରାଯିବ ସେନେଇ ଦିର୍ଘ ଘଣ୍ଟା ଧରି ତର୍ଜମା କରିଥିଲେ । ସହରରେ ୨ କମ୍ପାନୀ BSF, ଗୋଟିଏ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ଓ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଗତ ୩୦ ତାରିଖ ରୁ ମୁତୟନ ରହିଛନ୍ତି । CCTV ଓ ଡ୍ରୋନ କ୍ୟାମେରା ସାହାଯ୍ୟରେ ମଧ୍ୟ ସମ୍ବେଦନଶୀଳ ଅଂଚଳରେ ତୀକ୍ଷଣ ନଜର ରଖିଛି ପୋଲିସ । କିଛି ଦିର୍ନ ପୂର୍ବରୁ ପ୍ରଶାସନ ଉଭୟ ଧର୍ମର ଲୋକ ଙ୍କୁ ନେଇ ଶାନ୍ତି ବୈଠକ କରିଛି ।


ସେପଟେ ହନୁମାନ ଜୟନ୍ତୀ ସମନ୍ବୟ ସମିତି ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଦିନଠୁ ସହରର ପ୍ରତିପଡାରେ ଝଣ୍ତା ଯାତ୍ରା କରିବା ସହ ଝଣ୍ତା ସ୍ଥାପନ କରୁଛି । ଅପ୍ରେଲ ୬ ତାରିଖ ରାମନବମୀରେ ବାଇକ ଶୋଭାଯାତ୍ରା ଥିବା ବେଳେ ଏଥିରେ ୧୦ ରୁ ୧୫ ହଜାର ଲୋକ ସାମିଲ କରିବା ନେଇ ଯୋଜନା ଚାଲିିଛି । ଅପ୍ରେଲ ୧୪ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ନେଇ ମଧ୍ୟ ସହରର ପ୍ରତି ପଡାରୁ ପାଖାପାଖୀ ୪୮ ଟି କମିଟି ଶୋଭାଯାତ୍ରାରେ ସାମିଲ ପାଇ ଯୋଜନା ରଖିଛି । ଏଥିପାଇ ପସ୍ତୁତି ବୈଠକ ଚଲାଇଛି ସମନ୍ବୟ ସମିତି ।


୨୦୨୩ ହନୁମାନ ଜୟନ୍ତୀ ହିଂସା କାଣ୍ତ ଯୋଗୁ ତତ୍କାଳୀନ ସରକାର ୨୦୨୪ରେ କଟକଣା ଲଗାଇଥିଲେ । ଚଳିତ ବର୍ଷ ରାଜ୍ୟରେ ସରକାର ବଦଳିଥିବା ବେଳେ ଭବ୍ୟ ଓ ଐତିହାସିକ ହନୁମାନ ଜୟନ୍ତୀ ଉତ୍ସବ କରିବା ପାଇ ଲକ୍ଷ୍ୟ ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vigorous-preparations-underway-for-hanuman-jayanti-in-sambalpur | Argus News