Sambalpuri Handloom / ଓଡ଼ିଶାରୁ ବିଶ୍ୱକୁ ଏକ ଉପହାର: ସେଫ୍ ବିକାଶ ଖାନ୍ନା
·10 months ago·2 min read

Key Points
ସମ୍ବଲପୁରୀ ହସ୍ତତନ୍ତ ପ୍ରଚାରରେ ବିକାଶ ଖାନ୍ନା
ସମ୍ବଲପୁରୀ ହସ୍ତତନ୍ତର ପ୍ରସାର କରୁଛନ୍ତି ଖ୍ୟାତିସମ୍ପନ୍ନ ସେଫ୍ ବିକାଶ ଖାନ୍ନା
ହଲିଉଡ ଅଭିନେତ୍ରୀ ଡେମି ମୋରେଙ୍କୁ ସମ୍ବଲପୁରୀ ହସ୍ତତନ୍ତ ଉପହାର ଦେଲେ ବିକାଶ ଖାନ୍ନା

ସମ୍ବଲପୁରୀ ହସ୍ତତନ୍ତର ପ୍ରଚାର ପ୍ରସାର କରୁଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସେଫ୍ ବିକାଶ ଖାନ୍ନା । ହଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ଡେମି ମୋରେଙ୍କୁ ବିକାଶ ଖାନ୍ନା ସମ୍ବଲପୁରୀ ହସ୍ତତନ୍ତରେ ପ୍ରସ୍ତୁତ ଏକ ଉପହାର ଦେଇଛନ୍ତି । ଏ ନେଇ ବିକାଶ ଖାନ୍ନା ସୋସିଆଲ୍ ମିଡିଆରେ ଲେଖିଛନ୍ତି ଓଡ଼ିଶାରୁ ବିଶ୍ୱକୁ ଏକ ଉପହାର । ଓଡିଶାର କଳାକାରଙ୍କଠାରୁ ଆମ ସମୟର ଜଣେ ମହାନ କଳାକାରଙ୍କ ପର୍ଯ୍ୟନ୍ତ । ଡେମି ମୁରେଙ୍କୁ ଭାରତର ଏକ ଖଣ୍ଡ, ଓଡ଼ିଶାର ହୃଦୟରୁ ଏକ ସମ୍ବଲପୁରୀ ହସ୍ତତନ୍ତ ପ୍ରଦାନ କରିବା ଏକ ସମ୍ମାନର କଥା । କେବଳ ସୂତାରେ ନୁହେଁ, ବରଂ ଶତାବ୍ଦୀର ପରମ୍ପରା, ଭକ୍ତି ଏବଂ କଳାକୃତି ସହିତ ବୁଣା ଏହି କପଡ଼ା ଓଡ଼ିଶାର ବୁଣାକାରମାନଙ୍କର ଆତ୍ମା, ସେମାନଙ୍କର ତାଳ ଏବଂ ସେମାନଙ୍କ ଗର୍ବକୁ ବହନ କରେ ।
ସମ୍ବଲପୁରୀ ବସ୍ତ୍ରର ପ୍ରତି ଖଣ୍ଡ ଆମ ଭୂମିର କାହାଣୀ କହେ, ନଦୀ, ମନ୍ଦିର ଏବଂ ପିଢ଼ି ପରେ ପିଢ଼ି ହାତର ଯାଦୁର ବର୍ଣ୍ଣନା କରେ । ତାଙ୍କୁ ଏହି ଐତିହ୍ୟ ଉପହାର ଦେବା ଭାରତର ହୃଦୟର ଏକ ଖଣ୍ଡ - କାଳଜୟୀ, ସୁନ୍ଦର ଏବଂ ଗଭୀର ମାନବୀୟ ପ୍ରଦାନ କରିବା ପରି ଅନୁଭବ ହେଲା। କାରଣ ଯେତେବେଳେ କଳା ଯାତ୍ରା କରେ, ସଂସ୍କୃତି କଥା କହେ । ବିକାଶ ଖାନ୍ନାଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ହସ୍ତତନ୍ତ କଳା:
ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ଥାନ ପାଇଛି ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ କଳା। ବିଶ୍ୱସ୍ତରୀୟ ସ୍ଥାପତ୍ୟକଳା ଡିଜିନ୍ ମାଗାଜିନରେ ବହୁତ ପୂର୍ବରୁ ସ୍ଥାନ ପାଇଛି ଓଡ଼ିଶା କୃଷି ଭବନର ସ୍ଥାପତ୍ୟ କଳା। ଏହି ମାଗାଜିନରେ କୌଣସି ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ପ୍ରଥମ। ଆମ ଦେଶରେ ଥିବା ସମସ୍ତ ସରକାରୀ ବିଲଡିଂ ମଧ୍ୟରୁ ଓଡ଼ିଶା କୃଷି ଭବନ ଅନ୍ୟତମ ବୋଲି କୁହାଯାଇଛି। ସମ୍ବଲପୁରର ଇକତ୍ ଡିଜାଇନ୍ ଏବଂ ଶାଢ଼ି ଭଳି ଏହି ବିଲ୍ଡିଂର ଡିଜାଇନ କରାଯାଇଛି। ତେବେ ଦିନକୁ ଦିନ ଦେଶ ବିଦେଶରେ ଓଡ଼ିଶାର କଳା ସଂସ୍କୃତି ଖ୍ୟାତି ଅର୍ଜନ କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories