ଗାଁ ଲୋକଙ୍କ ରାଗ, ବିଧାୟକ ଜାଣିଶୁଣି ଛଡ଼ାଇ ନେଉଛନ୍ତି ରୋଜଗାର !

Key Points
ମାଣିକେଶ୍ଵରୀ ବିକାଶ ପରିଷଦ ପକ୍ଷରୁ ଜାରି ଏକ ଲିଫଲେଟରେ ବିଧାୟକ ଯୋଗେଶ ସିଂଙ୍କ ଭୂମିକା ନେଇ କରାଯାଇଛି ପ୍ରଶ୍ନ ।
ହେମଗିରି ବ୍ଲକରେ କୋଇଲା ସାଇଡିଂକୁ ବିରୋଧ କରିବା ଦ୍ବାରା ସ୍ଥାନୀୟ ଟ୍ରକ୍ ବ୍ୟବସାୟୀ ସେମାନଙ୍କର ଜୀବିକା ହରାଇବେ।
ବରପାଲି ରେଳ ସାଇଡିଂକୁ ନେଇ ବିବାଦରେ ବିଧାୟକ ଯୋଗେଶ ସିଂଙ୍କ ଭୂମିକା । କୋଇଲା ପରିବହନ ବିରୋଧକୁ ନେଇ ବିଧାୟକଙ୍କ ଉପରେ ଗ୍ରାମବାସୀ ଖପ୍ପା । ରେଳ ସାଇଡିଂ ସମର୍ଥନରେ ହେମଗିରି ବ୍ଲକ୍ ଅଫିସ ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ । ବିଧାୟକ ଯୋଗେଶ ସିଂଙ୍କ ବିରୋଧରେ ଗର୍ଜିଲା ମାଣିକେଶ୍ଵରୀ ବିକାଶ ପରିଷଦ । ସ୍ଥାନୀୟ ଆଦିବାସୀଙ୍କୁ ଢାଲ କରି ଯୋଗେଶଙ୍କ ସପକ୍ଷରେ ବାହାରିଲା ବିଜେଡି ।
ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ବିରୋଧରେ ଗର୍ଜିଲା ମାଣିକେଶ୍ଵରୀ ବିକାଶ ପରିଷଦ । ୪ ମାସ ହେଲା ହେମଗିରି ତହସିଲ ବରପାଲି ରେଳ ସାଇଡିଂରେ କୋଇଲା ପରିବହନକୁ ବିରୋଧ କରୁଛନ୍ତି ବିଧାୟକ ଓ ତାଙ୍କ ସମର୍ଥକ । ହେଲେ ବରପାଲିବାସୀ ଚାହୁଁଚନ୍ତି ସାଇଡିଂରୁ ହେଉ କୋଇଲା ପରିବହନ। ଏହି ଦାବିରେ ମାଣିକେଶ୍ଵରୀ ବିକାଶ ପରିଷଦ ନେତୃତ୍ବରେ ହେମଗିରି ବ୍ଲକ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ ୫୦୦ରୁ ଅଧିକ ଗ୍ରାମବାସୀ।
ମାଣିକେଶ୍ଵରୀ ବିକାଶ ପରିଷଦ ପକ୍ଷରୁ ଜାରି ଏକ ଲିଫଲେଟରେ ବିଧାୟକ ଯୋଗେଶ ସିଂଙ୍କ ଭୂମିକା ନେଇ କରାଯାଇଛି ପ୍ରଶ୍ନ । ଲିଫଲେଟରେ କୁହାଯାଇଛି... ହେମଗିରି ବ୍ଲକରେ କୋଇଲା ସାଇଡିଂକୁ ବିରୋଧ କରିବା ଦ୍ବାରା ସ୍ଥାନୀୟ ଟ୍ରକ୍ ବ୍ୟବସାୟୀ ସେମାନଙ୍କର ଜୀବିକା ହରାଇବେ। ପ୍ରଦୂଷଣକୁ ଆଳ କରି ଯଦି ବିଧାୟକ ହେମଗିରି ବରପାଲି ସାଇଡିଂକୁ ବିରୋଧ କରୁଛନ୍ତି, ତେବେ ଏହି ବ୍ଳକରେ ଥିବା ଅନ୍ୟ ୪ଟି ସାଇଡିଂ ବନ୍ଦ କରିବା ପାଇଁ ପୂର୍ବରୁ କେବେ ଆନ୍ଦୋଳନ କରିଛନ୍ତି କି ?
ଜୁଲୁମ ବାହାଲ ନିକଟ ଖଜୁର ବାହାଲଠାରେ ଝାଡ଼ଖଣ୍ଡର ଏକ କଂପାନୀ କୋଇଲା ସାଇଡିଂ କରିବା ପାଇଁ ଡକାଯାଇଥିବା ଗ୍ରାମସଭାରେ ବିଧାୟକ ଯୋଗ ଦେଇନଥିଲେ, ତେବେ ଯୋଗେଶଙ୍କ ସମର୍ଥକ ଝାଡ଼ଖଣ୍ଡ କଂପାନୀର କୋଇଲା ସାଇଡିଂ ସପକ୍ଷରେ ଗ୍ରାମସଭାରେ ପ୍ରସ୍ତାବ ଦେଇଥିଲେ। ଜାମକାନି ଓ ବିଜାହାଏନ ଗାଁ ନିକଟରେ ଥିବା କୋଲଲା ଖଣି ଯୋଗୁଁ ଘର ଡିହ ହରାଇ ଥିବା ଗ୍ରାମବାସୀଙ୍କ ଦୁର୍ଦ୍ଦଶାକୁ ବିଧାୟକ ଅଣଦେଖା କରିଆସିଛନ୍ତି ।
ଲଇକେରା ନିକଟସ୍ଥ ଚାରପଡ଼ାଠାରେ ସଂରକ୍ଷିତ ଜଙ୍ଗଲରୁ ଶହ ଶହ ମୂଲ୍ୟବାନ ଗଛ କଟାଯିବାକୁ ମୌନ ସମର୍ଥନ, ହେମଗିରି ଜଙ୍ଗଲ ମଧ୍ୟରୁ ବେଆଇନ ଭାବେ ବ୍ୟାପକ କୋଇଲା ଚୋରି ସମ୍ପର୍କରେ କେବଳ ସିବିଆଇ ତଦନ୍ତ ଦାବି କରି ପରେ ଦାବି ନେଇ ନିରବ ରହିବା, ଝାରସୁଗୁଡ଼ାର ବିଭିନ୍ନ କଳକାରଖାନା ତଥା ସୁନ୍ଦରଗଡ଼ର ଏନଟିପିସି ପାୱାର ପ୍ଲାଣ୍ଟରୁ ଫ୍ଲାଏ ଆସ ଡମ୍ପିଂ ପ୍ରତି ନିରବଦ୍ରଷ୍ଟା ସାଜିବା, ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀରେ ଚାଲିଥିବା ମଦ ବିରୋଧୀ ଆନ୍ଦୋଳନକୁ ସମର୍ଥନ ନଦେବାକୁ ନେଇ ପ୍ରଶ୍ନ କରିଛି ମାଣିକେଶ୍ଵରୀ ବିକାଶ ପରିଷଦ । ହେମଗିରି ବରପାଲିସ୍ଥିତ କୋଇଲା ସାଇଡିଂଙ୍କୁ ବିରୋଧ କରିବା ପଛରେ ଯୋଗେଶଙ୍କର ନ୍ୟସ୍ତ ସ୍ୱାର୍ଥ ଥିବା ଅଭିଯୋଗ କରିଛି ପରିଷଦ ।
ସେପଟେ ଆଦିବାସୀଙ୍କୁ ଢାଲ କରି ବିଧାୟକ ଯୋଗେଶ ସିଂଙ୍କ ସପକ୍ଷରେ ବାହାରିଛି ବିଜେଡି। ଲୋକ ସ୍ବାର୍ଥ ନୁହେଁ ଦିର୍ଘଦିନ ଧରି ୨ ନମ୍ବର ରୋଜଗାର ବନ୍ଦ ହେବା କାରଣରୁ ହୋଇଛି ଅସହିଷ୍ଣୁ ।
ବିଧାୟକ ବନାମ ଗ୍ରାମବାସୀ ଲଢେଇ ଉଗ୍ର ରୂପ ଧାରଣ କରୁଥିବା ବେଳେ ରେଳ ସାଇଡିଂ ବନ୍ଦ ଯୋଗୁଁ ସ୍ଥାନୀୟ ଯୁବକ ହରାଉଛନ୍ତି ରୋଜଗାରର ସୁଯୋଗ। ଏବେ ଜିଲ୍ଲା ପ୍ରଶାସନ ଲୋକଙ୍କ ସ୍ବାର୍ଥ ବିରୋଧରେ ଯାଉଥିବା ବିଧାୟକଙ୍କ ଉପରେ ନେବ କି କଡା ଆଭିମୁଖ୍ୟ । ଯୋଗେଶଙ୍କ ମନ୍ଦ ଉଦ୍ଦେଶ୍ୟକୁ କରିବ କି ପଣ୍ଡ ।