Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ନଥିବାରୁ ଗାଁ ଛାଡ଼ୁଛନ୍ତି ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ରାସ୍ତା ନଥିବାରୁ ଗାଁ ଛାଡ଼ୁଛନ୍ତି ଗ୍ରାମବାସୀ

Key Points

ରାସ୍ତା ନଥିବାରୁ ଗାଁ ଛାଡୁଛନ୍ତି ଲୋକେ । ଗାଁରେ ଦିନେ ୮୦ ରୁ ଅଧିକ ପରିବାର ବସବାସ କରୁଥିଲେ ଏବେ ସେଠି ଅଛନ୍ତି ମାତ୍ର 3 ପରିବାର ।

ଶିଳ୍ପ ସମୃଦ୍ଧ ଅନୁଗୁଳରେ ଅବହେଳିତ ଗାଁ । ଏଭଳି ଏକ ଗାଁ ହେଉଛି ଅନୁଗୁଳ ବ୍ଲକର ମାଣିକ ଯୋଡ଼ି ପଞ୍ଚାୟତର କୁକୁଡୁ ଗାଁ I ଗାଁ ପାଇଁ ଅଭିଶାପ ପାଲଟିଛି ରାସ୍ତା I ରାସ୍ତା ଖଣ୍ଡେ ନଥିବାରୁ ସମସ୍ୟାରେ ସମ୍ମୁଖିନ ହେବା ପରେ ଶେଷରେ ଗାଁ ଛାଡୁଛନ୍ତି ଲୋକେ । ଏପର୍ଯ୍ୟନ୍ତ ୮୦ରୁ ଅଧିକ ପରିବାର ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି । ଏବେ ଏହି ଗାଁରେ ରହୁଛନ୍ତି ମାତ୍ର ୩ଟି ପରିବାର I ଗାଁକୁ ରାସ୍ତା ନିର୍ମାଣ ପାଇଁ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିବା ବେଳେ କେହି ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ ହୋଇଛି ।

ରାସ୍ତା ନିର୍ମାଣ ପାଇଁ ୨୦୨୩ ମସିହାରେ ୮ ଲକ୍ଷ ଟଙ୍କା ଆସିଥିଲା । ହେଲେ ଠିକା ସଂସ୍ଥା ବିନା ଫଳକରେ ନିମ୍ନମାନର କାମ କରିଛୁ । ଗୋଟିଏ ବର୍ଷ ରାସ୍ତାର ଅବସ୍ଥା ବେହାଲ । ସେପଟେ ଗାଁକୁ ଯିବା ରାସ୍ତାରେ ଦୁଇଟି ନାଳ ଥିବା ବେଳେ ବର୍ଷା ହେଲେ ପାହାଡରୁ ଆସୁଥିବା ପାଣିରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛେଦ ହୋଇଯାଏ । ସେପଟେ ଗାଁର ସମସ୍ୟା ସମ୍ପର୍କରେ ଅନୁଗୋଳ ଉପଜିଲ୍ଲାପାଳ କହିଛନ୍ତି, ସମସ୍ୟା ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ । ତେବେ ଦେଖିବାର କଥା କେବେ ଗାଁକୁ ଭଲ ରାସ୍ତା ହେବ ଆଉ ଗାଁ ପୂର୍ବ ପରି ହସି ଉଠିବ I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Villagers are leaving their village because there are no roads | Argus News