ବୈତରଣୀ ନଦୀ ଉପରେ ଥିବା ବେଲେଶ୍ୱର ବ୍ରିଜ ଦବିବାରୁ ଭୟଭୀତ ଗ୍ରାମବାସୀ
·1 year ago

Key Points
ଦବିଲା ବେଲେଶ୍ୱର ବ୍ରିଜ
ବ୍ରିଜର ଦ୍ୱିତୀୟ ନମ୍ବର ସ୍ପାନଟି ଦବି ଯାଇଛି
ଫଳରେ ୩ଟି ପଞ୍ଚାୟତକୁ ଠପ ହୋଇଛି ଯାତାୟାତ
ଦବିଲା ବେଲେଶ୍ୱର ବ୍ରିଜ। ଯାଜପୁର ବୈତରଣୀ ନଦୀ ଉପରେ ଥିବା ବେଲେଶ୍ୱର ବ୍ରିଜ ଦବିବାରୁ ଭୟରେ ଗ୍ରାମବାସୀ। ଯାଜପୁର ଟାଉନ ସହ ବେହେରା ପାଟଣା ଏବଂ ପଣସାକୁ ସଂଯୋଗ କରୁଥିବା ବ୍ରିଜର ଦ୍ୱିତୀୟ ନମ୍ବର ସ୍ପାନଟି ଦବି ଯାଇଛି। ଫଳରେ ୩ଟି ପଞ୍ଚାୟତକୁ ଠପ ହୋଇଛି ଯାତାୟାତ।
ବୈତରଣୀ ନଦୀରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ବେଲେଶ୍ୱର ବ୍ରିଜ ନିକଟରୁ ବେଆଇନ ବାଲି ଉଠାଣ ଓ ବ୍ରିଜ ନିର୍ମାଣରେ ନିମ୍ନମାନର କାମ ଯୋଗୁ ବ୍ରିଜ୍ ଦବିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: