Videos
|
Odisha

Witchcraft / ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ମାରି ଗୋଡରେ ବେଡି ପକାଇଲେ ଗାଁଲୋକେ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ମାରି ଗୋଡରେ ବେଡି ପକାଇଲେ ଗାଁଲୋକେ

Key Points

ଏବେ ବି ଗାଁରେ ଗୁଣିଗାରେଡି କରାଯାଉଥିବା ଦାବି କରୁଛନ୍ତି କିଛି ଗାଁର ଲୋକେ । ଏବେ ଏପରି ଏକ ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ମହୁମୁହାଣ ପଞ୍ଚାୟତ ମଲିଚୁଆ ଗାଁରେ । ଗାଁର ଚଇତା ସିଂ ଗୁଣି କରି ଅନେକ ଛୋଟ ପିଲାଙ୍କୁ ମାରି ଦେଉଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ ।

ଡାହାଣୀ ସନ୍ଦେହରେ ଗୋଡରେ ବେଡି ପକାଇଲେ ଗାଁ ଲୋକେ । ନିର୍ଧୁମ ମାଡ ମାରିବା ସହ ଗୋଟେ ଘରେ ଗୋଡରେ ବେଡି ପକାଇ ବାନ୍ଧି ରଖି ଦେଇଛନ୍ତି ଗାଁ ର ଲୋକେ ।

ଯୁଗ ବଦଳୁଛି, ହେଲେ ବଦଳିପାରୁନି କିଛି ଗାଁ ଲୋକଙ୍କର ଅନ୍ଧବିଶ୍ଵାସ । ଏବେ ବି ଗାଁରେ ଗୁଣିଗାରେଡି କରାଯାଉଥିବା ଦାବି କରୁଛନ୍ତି କିଛି ଗାଁର ଲୋକେ । ଏବେ ଏପରି ଏକ ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ମହୁମୁହାଣ ପଞ୍ଚାୟତ ମଲିଚୁଆ ଗାଁରେ । ଗାଁର ଚଇତା ସିଂ ଗୁଣି କରି ଅନେକ ଛୋଟ ପିଲାଙ୍କୁ ମାରି ଦେଉଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ ।

ଅଧିକ ପଢନ୍ତୁ : ସୋର ପୋଲିସକୁ ଖୋଲା ଚାଲେଞ୍ଜ, ହାତଗୋଡ଼ ବାନ୍ଧି ଲୁଟିନେଲେ ସୁନାଗହଣା


ଗାଁ ଲୋକଙ୍କ ଅଭିଯୋଗ ମୁତାବକ ଚଇତା, ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପିଲାଛୁଆ ମଧ୍ୟ ସମସ୍ତେ ଗୁଣିଗାରେଡି ଶିଖିଛନ୍ତି । ପୂର୍ବରୁ ତାଙ୍କ ଭାଇକୁ ମଧ୍ୟ ସେମାନେ ମାରି ଦେଇଥିଲ । ଏବେ ଗାଁରେ ଅନେକ ଲୋକଙ୍କର ଅସୁବିଧା କରୁଛନ୍ତି ସେହି ପରିବାର । କାହା ଛୁଆକୁ ମାରି ଦେଉଛନ୍ତି ତ, କାହାକୁ ପାଗଳ କରେଇ ଦେଉଛନ୍ତି ।

ଯାହାକି ନେଇ ଗାଁ ଲୋକେ ଉତ୍‌କ୍ଷିପ୍ତ ହେବାସହ ସେହି ଯୁବକ ଗୋଡରେ ବେଡି ପକାଇ ତାଙ୍କୁ ଗୋଟେ ଘରେ ବନ୍ଦ କରି ଦେଇଥିଲେ । ଘଟଣାରେ ପୋଲିସ ପହଞ୍ଚି ଉଦ୍ଧାର କରିବାକୁ ଆସିଥିବା ବେଳେ ପୋଲିସକୁ ଗଡ ପକାଇ ଅଟକ ରଖିଥିଲେ ଗାଁଲୋକେ । ପରେ ଗାଁ ଲୋକଙ୍କୁ ବୁଝାସୁଝା କରିବା ସହ ସୋରର IIC ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚଇତାଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories