Videos
|
Odisha

ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·12 months ago·1 min read
ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ

Key Points

ବର୍ଷ ବର୍ଷ ସମସ୍ୟା ବୁଝିଲା ନାହିଁ ପ୍ରଶାସନ
ସରକାରୀ ବ୍ୟବସ୍ଥା ଉପରୁ ଉଠିଲା ଭରସା
ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ
ଏବେ ଚିନ୍ତା ବଢ଼ାଇଛି ଅଧା ତିଆରି ପୋଲ
କେବେ ଶେଷ ହେବ ପୋଲ କାମ ?

ଗୁହାରି କରି ନିରାଶ ହେବାପରେ ଶେଷରେ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଏକାଠି ହେଲେ । ଆଉ ତିଆରି କଲେ ୨କିଲୋମିଟର ରାସ୍ତା । ଏହି ରାସ୍ତା ଦେଇ ଝରିଗାଁ, ଉମରକୋଟ, ନବରଙ୍ଗପୁରକୁ ବ୍ୟବସାୟ ସହ ଜିଲ୍ଲା ମୂଖ୍ୟ ଚିକିତ୍ସଳୟ କିମ୍ୱା ସରକାରୀ କାର୍ଯ୍ୟରେ ଚନ୍ଦାହାଣ୍ଡି ଅଞ୍ଚଳବାସୀଙ୍କୁ ଯିବାକୁ କମ୍ ବାଟ ସହ ଅଳ୍ପ ସମୟ ମଧ୍ୟରେ ପହଞ୍ଚି ପାରିବେ। ଆଗରୁ ଏହି ଦୁଇ କିଲୋମିଟର ରାସ୍ତା ପାଇଁ ୭୦କିଲୋମିଟର ବୁଲିବାକୁ ପଡୁଥିଲା। ବିଲେଇଝରନ୍ ଠାରୁ ପାହାଡ ପାରି ହେଲେ ଝରିଗାଁ କେବଳ ୧୫କିଲୋମିଟର ଏବଂ ବିଲେଇଝରନ୍ ଠାରୁ ଚନ୍ଦାହାଣ୍ଡି ଦେଇକି ବୁଲିକି ଗଲେ ଝରିଗାଁ କୁ ୭୦କିଲୋମିଟର ଯିବାକୁ ପଡୁଥିଲା । ମାତ୍ର ଏହି ରାସ୍ତା ହେବା ଦ୍ବାରା ଏହି ବାଟ କମିଯିବ।

ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅର୍ଥ ଆସିଛି। ମାତ୍ର କାମ ଅଧାରେ ଛାଡି ଠିକାଦାର ଛୁ । ବିନା ସୂଚନା ଫଳକରେ ଏଠାରେ ଚାଲିଛି ପୋଲ ନିର୍ମାଣ କାମ। କେଉଁ ବିଭାଗ ପକ୍ଷରୁ ଏବଂ କେଉଁ ଠିକାଦାର କାମ କରୁଛନ୍ତି ତାହାର କୌଣସି ତଥ୍ୟ ମିଳିପାରୁନି। ୫ ବର୍ଷ ହେବ ଅଧା ତିଆରି ପୋଲ ପଡି ରହିଛି। ଫଳରେ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି। ଅର୍ଦ୍ଧ ନିର୍ମିତ ପୋଲ ଦେଉଛି ଯମଯନ୍ତ୍ରଣା ।

ରାସ୍ତା ତିଆରି କଲାନି ପ୍ରଶାସନ ଶେଷରେ ନିଜ ରାସ୍ତା ନିଜେ ନିର୍ମାଣ କଲେ ସ୍ଥାନୀୟ ଲୋକ। ମାତ୍ର ଏବେ ପୋଲ ପାଇଁ କଣ କରାଯିବ। କାରଣ ଅଧାତିଆରି ପୋଲର କାମ ଶେଷ କରିପାରିବାର କ୍ଷମତା ସାଧାରଣ ଲୋକଙ୍କ ପାଖରେ ନାହିଁ। ପ୍ରଶାସନ ଏତି ପ୍ରତି ଦୃଷ୍ଟି ଦେଲେ ପୋଲ କାମ ଶେଷ ହୋଇ ପାରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
villagers-built-a-road-to-the-village | Argus News