Videos
|
Odisha

ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

Key Points

ରାସ୍ତା ଦାବି କରି ନୟାନ୍ତ
ହୋଇପାରିଲାନି ସମସ୍ୟାର ସମାଧାନ
ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ
ନିଜେ ଜଙ୍ଗଲ ସଫା କରି ରାସ୍ତା ନିର୍ମାଣ

ପକ୍କା ରାସ୍ତାଟିଏ ପାଇଁ ଶୁଣିଲାନି ପ୍ରଶାସନ ଶେଷରେ ଗାଁ ରାସ୍ତା ନିଜେ କରିବାକୁ ଆଗେଇ ଆସିଲେ ଗ୍ରାମବାସୀ। ନେଜେ ହାତରେ କୋଦାଳ କୋଡି ଧରି ଲୋକେ କରୁଛନ୍ତି ରାସ୍ତା ନିର୍ମାଣ। ଗାଁର ପ୍ରତ୍ୟେକ ଘରରୁ ୫୦୦ ରୁ ୭୦୦ ଚାନ୍ଦା କରିବା ସହ ନିଜେ ଶ୍ରମଦାନ କରି ତିଆରି କରୁଛନ୍ତି ରାସ୍ତା। ନବରଙ୍ଗପୁର ରାଇଘର ବ୍ଲକ ମୁଣ୍ଡିବେଢ଼ା ପଂଚାୟତର କବାଟପାଣି । ଗାଁରେ 270 ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ 850 ରୁ ଅଧିକ । କିନ୍ତୁ ଗାଁ ରେ ଗମନାଗମନ ପାଇଁ ନାହିଁ ପକ୍କା ରାସ୍ତା । କବାଟପାଣିରୁ ଖୀଡୀଙ୍ଗାମାଳ ଗାଁ ପର୍ଯ୍ୟନ୍ତ ଦୂରତା ପ୍ରାୟ ସାତ କିଲୋମିଟର ହୋଇଥିବା ବେଳେ ରାସ୍ତାର ଅବସ୍ଥା ଶୋଚନୀୟ। ଯାହାଫଳରେ ଗ୍ରାମବାସୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ।

ରାଇଘର ବ୍ଲକର ଅପହଞ୍ଚ ଗାଁ କପାଟପାଣିକୁ ଯିବାକୁ ହେଲେ ମୁଣ୍ଡିବେଡା ପଂଚାୟତ ଠାରୁ ଖିଡ଼ିଙ୍ଗିମାଳ ଦେଇ ଯିବାକୁ ପଡ଼େ l ଖିଡ଼ିଙ୍ଗିମାଳ ଠାରୁ କପାଟପାଣି ପ୍ରଯ୍ୟନ୍ତ ପ୍ରାୟ ୭ କିଲୋମିଟର ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବା ବେଳେ ଲୋକେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବର୍ଷା ହେଲେ ଏହି ୭ କିଲୋମିଟର ରାସ୍ତା ଅତି ଦୟନୀୟ ହୋଇପଡ଼େ l


ଆଣ୍ଠୁଏ କାଦୁଅରେ ଉବୁଟୁବୁ ଏହି ରାସ୍ତାରେ ଜରୁରୀ କାଳୀନ ପରିସ୍ଥିତିକୁ ଛାଡ଼ିଦେଲେ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇପଡ଼େ lବର୍ଷ ପରେ ବର୍ଷ ବିତିଲା ସିନା ହେଲେ ରାସ୍ତା ସମସ୍ୟାର ହୋଇ ପାରିଲାନି ସମାଧାନ। ଶେଷରେ ହାତରେ ହାତ ମିଶାଇଲେ ଗ୍ରାମବାସୀ। ଟଙ୍କା ସଂଗହ କଲେ ଏବଂ ତିଆରି କଲେ ରାସ୍ତା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
villagers-built-roads-at-their-own-expense | Argus News