ବିପଦ ସଙ୍କୁଳ ଅବସ୍ଥାରେ କଲାବ ନଦୀ ପାର ହେଉଛନ୍ତି ଗ୍ରାମବାସୀ

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଲୋକଙ୍କୁ ଯାତାୟାତ ସୁବିଧା ମିଳୁନି l ଦୁର୍ଗମ ବାସୀଙ୍କୁ କଲାବ ନଦୀ ଉପରେ ଯାତାୟାତ ପାଇଁ ଡ଼ଙ୍ଗା ହିଁ ଏକ ମାତ୍ର ସାହା ଆଉ ଭରସା l କିଭଳି ଭାବରେ ଲୋକେ ଜୀବନକୁ ବାଜି ଲଗାଇ ବିପଦ ସଂକୁଳ ଅବସ୍ଥାରେ ଡ଼ଙ୍ଗାରେ ଯାତ୍ରା କରୁଛନ୍ତି l ଆଉ ଦୁଇ ଚକିଆ ଯାନକୁ ମଧ୍ୟ ଡ଼ଙ୍ଗାରେ ନେଉଛନ୍ତି। ଟିକିଏ ଏପଟେ ସେପଟ ହେଲେ ପାଣିରେ ପଡିବା ସୁନିଶ୍ଚିତ। ଏହା ହେଉଛି ବୈପାରୀଗୁଡା ବ୍ଲକର ଗୋଡ଼ାଘାଟର ଦୃଶ୍ୟ l ନଦୀ ଦୁଇ ପାର୍ଶ୍ୱରେ ରହିଛି ଦୁଇଟି ବ୍ଲକ କୋଟପାଡ଼ ଏବଂ ବୈପାରୀଗୁଡା ବ୍ଲକ,ତା ସହ ଛତିଶଗଡ଼ର ରାଜ୍ୟର କିଛି ଅଞ୍ଚଳ ମଧ୍ୟ ରହିଛି, କୋଟପାଡ଼ ସହ ପଡୋଶୀ ରାଜ୍ୟ ଛତିଶଗଡ ବାସିଙ୍କ ଯାତାୟାତ ପାଇଁ ମାଧ୍ୟମ l
ବହୁ ଦାବି ପରେ ୨ ରାଜ୍ୟବାସୀଙ୍କ ସୁବିଧା ନିମନ୍ତେ ଘୋଡାଘାଟ ଠାରେ ଆରମ୍ଭ ହେଲା ବ୍ରିଜ ନିର୍ମାଣ କାର୍ଯ୍ୟ l ମାତ୍ର ପାଞ୍ଚ ବର୍ଷ ହେବ ବନ୍ଦ ରହିଛି ବ୍ରିଜ ନିର୍ମାଣ କାର୍ଯ୍ୟ l ଏପଟେ ପୋଲ ନଥିବାରୁ ଗମନାଗମନିରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ଏନେଇ ସ୍ଥାନୀୟଲୋକଙ୍କ ଠାରୁ ଅଭିଯୋଗ ସୁଣିବା ପରେ କୋଟପାଡ଼ ବିଧାୟକ ରୁପୁ ଭତ୍ରା ଘୋଡାଘାଟ ବ୍ରିଜ ନିର୍ମାଣ କାର୍ଯ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି l ଜିଲ୍ଲା ପ୍ରଶାସନ ଏବଂ ଛତିଶଗଡ ସରକାର ସହ ଆଲୋଚନା କରିଛି,ଅତି ଶୀଘ୍ର ବ୍ରିଜ ନିର୍ମାଣ କରାଯିବ କହିଛନ୍ତି ବିଧାୟକ ରୁପୁ ଭତ୍ରା l ଘୋଡାଘାଟ କୋଲାବ ନଦୀ ଉପରେ ବ୍ରିଜ କାମ ସରିପାରୁ ନଥିବାରୁ ଲୋକେ ପ୍ରତିଦିନ ଜୀବନକୁ ବାଜିରେ ଲଗାଇ ନଦୀପାର ହେଉଛନ୍ତି। ତେବେ ଅଧ ନିର୍ମିତ ପୋଲ କାମ ଶିଘ୍ର ଶେଷ ହେଲେ ସ୍ଥାନୀୟ ଲୋକେ ଉପକୃତ ହୋଇ ପାରିବେ।