Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଭିଶପ୍ତ ଜୀବନ କାଟୁଛନ୍ତି ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଅଭିଶପ୍ତ ଜୀବନ କାଟୁଛନ୍ତି ଗ୍ରାମବାସୀ

Key Points

ଦୁର୍ଗମରେ ରାତିଟିଏ
ଆମ୍ବୁଆଘାଇକୁ ବିକାଶ ଅପହଞ୍ଚ
ଅଭିଶପ୍ତ ଜୀବନ କାଟୁଛନ୍ତି ଗ୍ରାମବାସୀ
ରାସ୍ତା, ଆବାସ, ସ୍ଵାସ୍ଥ୍ୟ, ବିଦ୍ୟୁତ, ଶିକ୍ଷା ଏଠି ସାତ ସପନ

ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ଗ୍ରାମ ପଞ୍ଚାୟତରେ ଅବସ୍ଥିତ ଏହି ଅଭିଶପ୍ତ ଆମ୍ବୁଆଘାଇ ଗାଁ । ଗ୍ରାମରେ ବସବାସ କରନ୍ତି ୧୨ ରୁ ୧୪ ଆଦିବାସୀ ପରିବାର । ଏମାନଙ୍କ ଲାଗି ନା ଅଛି ଚାଲିବାକୁ ପକ୍କା ରାସ୍ତା ନା ଅଛି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର । ଏପରିକି ଦୁନିଆ ଦେଖିବାକୁ ବି ନାହିଁ ବିଦ୍ୟୁତ ସେବା । ରାତି ହେଲେ ସତେ ଯେମିତି ଅନ୍ଧାର ଘୋଟିଯାଏ । ଡିବିର ଆଲୁଅ ଏମାନଙ୍କ ପାଇଁ ସାହା ଭରାସ । ଗାଁକୁ ପହଞ୍ଚିବାକୁ ହେଲେ ଚାଲିବାକୁ ପଡେ ଦୀର୍ଘ ଦୁଇ କିଲୋମିଟର ଏହି ଘାଟି ଓ ସଂକୀର୍ଣ୍ଣ ଅଣ ଓସାରିଆ ରାସ୍ତା । ଘଞ୍ଚ ଲଟା ବୁଦାରେ ପରିପୂର୍ଣ ଥିବା ଏହି ରାସ୍ତାରେ ଦୈନିକ ଯାତାୟାତ କରନ୍ତି ଗ୍ରାମବାସୀ । ରାସ୍ତା ନଥିବାରୁ ବୋଧହୁଏ ପହଁଚି ପାରିନି ସରକାରୀ ଯୋଜନା ।

ବର୍ଷ ବର୍ଷ ଧରି ଆଦିମ ଜୀବନ ଯାପନ କରି ଆସୁଥିବା ଏହିମାନଙ୍କ ପାଇଁ ନାହିଁ ଶିକ୍ଷାର ମୂଳଦୁଆ କହୁଥିବା ଅଙ୍ଗନବାଡ଼ି କେନ୍ଦ୍ର । ସ୍ବାସ୍ଥ୍ୟସେବା କହିଲେ ଯାହା ଭଗବାନଙ୍କ ଆଶୀର୍ବାଦ ଭରସା । ସାମାନ୍ୟ ଜ୍ଵର କଥା କୁହନ୍ତୁ ଅବା ଜନନୀ ଯନ୍ତ୍ରଣା କଥା ଦୀର୍ଘ ୨ କିଲୋମିଟର ଭାରରେ ବୁହା ହୋଇ ଘାଟି ପାହାଡ ଚଢି ଆସିବାକୁ ପଡେ । ସେଥିରେ ଜୀବନ ବଞ୍ଚିଲେ ହେଲା । ବର୍ଷା ତମାମ ଝରଣା ପାଣିକୁ ସୋଲାର ପାଇପ ଯୋଗେ ଆଣି ବ୍ୟବହାର କରନ୍ତି । ତତ୍କାଳୀନ ବିଜେଡି ସରକାରର ୨୪ ବର୍ଷର ଶାସନ ପରେ ମଧ୍ୟ ଏହି ଅଭିଶପ୍ତ ଜୀବନ କାଟୁଛନ୍ତି ଏହି ନିରୀହ ଆଦିବାସୀ ପରିବାର । ସମୟ ବଦଳିଛି ସରକାର ବଦଳିଛି ବଦଳିବାକୁ ବାକି ରହିଛି ଆମ୍ବୁଆଘାଇ ଗାଁର ଚିତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Villagers Struggle with a Cursed Life | Argus News | Argus News