Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଵାସ୍ଥ୍ୟ ଶିକ୍ଷା ପାନୀୟ ଜଳ ସେବା ପାଇବାରୁ ବଞ୍ଚିତ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସ୍ଵାସ୍ଥ୍ୟ ଶିକ୍ଷା ପାନୀୟ ଜଳ ସେବା ପାଇବାରୁ ବଞ୍ଚିତ ଗ୍ରାମବାସୀ

Key Points

ବିକାଶ ପହଞ୍ଚି ପାରୁନି ଭଙ୍ଗା ପୋଲ ଡେଇଁ

ସରକାରୀ ସହାୟତା ଅପେକ୍ଷାରେ ମୋହନାର ଚାରି ଖଣ୍ଡ ଆଦିବାସୀ ଗାଁ

ସ୍ଵାସ୍ଥ୍ୟ ଶିକ୍ଷା ପାନୀୟ ଜଳ ସେବା ପାଇବାରୁ ବଞ୍ଚିତ ଗ୍ରାମବାସୀ

ଆଦିବାସୀ ବହୁଳ ଗଜପତି ଜିଲ୍ଲାର ବୃହତ୍ତମ ବ୍ଲକ ହେଉଛି ମୋହନା ବ୍ଲକ । ଏହି ବ୍ଲକରେ ତତ୍କାଳୀନ ସରକାରଙ୍କ 24 ବର୍ଷର ଶାସନ ପରେ ବି ପହଞ୍ଚି ପାରିନି ବିକାଶ । ବିକାଶ ଅପକ୍ଷାରେ ମୋହନା ବ୍ଲକର ଏହି ଚାରିଖଣ୍ଡ ଗାଁ । ବାଙ୍କିଝୁଲା ,ଚରିଆପଦା,ଜକରାପଲ୍ଲି,ପେଜପାଣି ଗାଁ । ଗାଁକୁ ଯିବାକୁ ହେଲେ ଦୀର୍ଘ ଦୁଇ କିଲୋମିଟର ମାଟି ରାସ୍ତା ରହିଛି । ଏଇ ମାଟି ରାସ୍ତାରେ ଗଲାବେଳେ ପଡେ ଏକ ଛୋଟିଆ ନଦୀ। ପୂର୍ବରୁ ନଦୀ ଉପରେ ଏକ ପୋଲ ଥିଲା। ମାତ୍ର ତିତିଲି ବାତ୍ୟାରେ ଭସିଗଲା ପୋଲ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀ ନାହିଁ ନଥିବାର ସମସ୍ୟାର ସମ୍ମୁଖିନ ହେଉଛନ୍ତି । ପଞ୍ଚାୟତ ଠାରୁ ଆରମ୍ଭ କରି ଦୈନନ୍ଦିନ ହାଟ ବଜାର ସବୁ କାମରେ ଯିବାକୁ ହେଲେ ଏହି ନଦୀ ଡେଇଁ ଯିବାକୁ ପଡୁଛି । ସାମାନ୍ୟ ବର୍ଷା ହେଲେ ପାହାଡି ପାଣି ଆସି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି ।

ପଞ୍ଚାୟତକୁ ରାସନ ପାଇଁ ଯିବାକୁ ହେଲେ ଏଇ ରାସ୍ତା ଦେଇ ଯିବାକୁ ପଡେ। ସେ ରାସନ ପାଇଁ ହେଉ ଅବା ବାର୍ଦ୍ଧକ୍ୟ ଭତ୍ତା, ଏପରିକି କୁନିକୁନି ପିଲାଙ୍କ ସ୍କୁଲ ଯିବା କଥା ସବୁବେଳେ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି । ସାମାନ୍ୟ ବର୍ଷା ଆସିଲେ ଏହି ଚାରି ଖଣ୍ଡ କାଠ ଉପରେ ଭରସା କରି ଯିବାକୁ ପଡ଼େ । ଆବାସ ଘର ଲାଗି ସିମେଣ୍ଟ ଲୁହା ଛଡ଼ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଗାଆଁ କୁ ପହଞ୍ଚିବା କଷ୍ଟକର ହୋଇପଡେ । ସ୍ଵାସ୍ଥ୍ୟ ସେବା ଲାଗି ଏହି ରାସ୍ତା ଦେଇ କିପରି ଆମ୍ବୁଲାନ୍ସ ଆସିବା ତାହା ଆପଣ ମାନେ ଭାବିପାରୁଥିବେ । ବାରମ୍ବାର ତତ୍କାଳୀନ ସରକାର ଓ ପ୍ରଶାସନ ଠାରେ ଅଭିଯୋଗ ପରେ ଅଭିଯୋଗ କରି ନିରାଶ ହୋଇଛନ୍ତି ଅଞ୍ଚଳ ବାସୀ ।

ପୋଲ ସମସ୍ୟା ଗ୍ରାମବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ। ବର୍ଷ ପରେ ବର୍ଷ ବିତୁଛି ମାତ୍ର ହୋଇ ପାରୁନି ପୋଲ ମରାମତି। ତେବେ ନୂଆ ସରକାର ଆସିବା ପରେ ଏହି ସମସ୍ୟା ଦୂର ହେବ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
villagers-deprived-of-access-to-health-education-drinking-water-services | Argus News