Videos
|
Odisha

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

ତଳମେଟିଂ ଓ ଉପରମେଟିଂ... ନାଁ ଯେମିତି ଗାଁ ବି ସେମିତି। ଗାଁକୁ ଯିବା ପାଇଁ ହେଲେ କାକିରୀଗୁମା ଠାରୁ 15 କିଲୋମିଟର୍ ପାହାଡିଆ ରାସ୍ତା ଦେଇ ଗଲେ ପଡେ ତଳମେଟିଂ ଓ ଉପର ମେଟିଂ ଗାଁ। ଏହି ଦୁଇ ଗାଁରେ ପାଖାପାଖି 120 ପରିବାର ଆଦିବାସୀ ସମ୍ପଦାୟର ଲୋକ ବସବାସ କରି ଆସୁଛନ୍ତି। ଜନସଂଖ୍ୟା କହିଲେ 400ରୁ ଉର୍ଦ୍ଧ୍ବ ହେବେ କିନ୍ତୁ ବିକାଶ ଏଠି ସାତସପନ। ଗାଁରେ ରାସ୍ତା ହୋଇଛି ସତ କିନ୍ତୁ ପାନୀୟ ଜଳ ଏବଂ ବିଦ୍ୟୁତ୍ ଏମାନଙ୍କ ପାଇଁ ସାତ ସପନ।


କାହିଁ କେଉଁ ଆଦିମ କାଳରୁ ଏଠି ଜନବସତି ଗଢି ଉଠିଥିବା ବେଳେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ କଣ ଜାଣି ନାହାନ୍ତି ଅଞ୍ଚଳବାସୀ। ସନ୍ଧ୍ୟା ପୂର୍ବରୁ ରୋଷେଇ କରି ଖାଇ ପିଇ କବାଟ ତାଟି ବନ୍ଦ କରି ଦିଅନ୍ତି । ରାତିର ସାଥି ଏଠି ଦୀପ। ଦୀପ ଲଗାଇ ବିଦ୍ୟାର୍ଥୀ ମାନେ ପାଠ ପଢନ୍ତି। ସାତ ବର୍ଷ ତଳେ ଏକ NGO ତରଫରୁ ପ୍ରତ୍ୟକ ଘରକୁ ସୋଲାର ବ୍ୟାଟିରି ଯୋଗେଇ ଦିଆଯାଇଥିଲା କିନ୍ତୁ ସେସବୁ ଏବେ ଅଚଳ। ଫଳରେ ଅନ୍ଧାରରେ ରହୁଛନ୍ତି ଗ୍ରାମବାସୀ। ଦୁର୍ଗମ ଅଞ୍ଚଳ ଅପହଞ୍ଚ ଯୋଜନା, ଏଠି ସଧ୍ୟା ନଇଁଲେ ରାଜୁତି କରେ ଅନ୍ଧାର। ପିଢିପରେ ପିଢି ଏଠି ଲୋକ ରହି ଆସୁଥିଲେବି ପହଞ୍ଚି ପାରୁନି ସରକାରୀ ସହାୟତା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଆନ୍ଧ୍ର ଓଡିଶା ସୀମାନ୍ତ କେରଡ଼ା ପଞ୍ଚୟତ। ଏହି ପଞ୍ଚାୟତର ଦୁଇଟି ଅବହେଳିତ ଗାଁ ବୋରହଲୁଆ ଏବଂ ଅମ୍ପଲବାଲସା। ଏହି ଦୁଇଟି ଗାଁକୁ ଆଜିବି ପକ୍କା ସଡ଼କ ସଂଯୋଗ ହୋଇ ପାରି ନାହିଁ। ଫଳରେ କଚ୍ଚା ରାସ୍ତାରେ ବର୍ଷ ତମାମ ଯିବା ଆସିବା କରନ୍ତି ଅଞ୍ଚଳବାସୀ।

ଗାଁରେ ପ୍ରହସନ ପାଲଟିଛି ବସୁଧା ଯୋଜନା। ଜଳ ଯୋଗାଣ ପାଇଁ ଗାଁରେ ମାଳ ମାଳ ଟ୍ୟାପ ଲାଗିଛି। ସୋଲାର ଟାଙ୍କି ମଧ୍ୟ ଅଛି। କିନ୍ତୁ ସବୁ ଅଚଳ। ଏ ସବୁ ପ୍ରହସନ ହୋଇ ବି ଲୋକେ କୂଅ ଏବଂ ନଦୀ ପାଣି ବ୍ୟବହାର କରି ଶୋଷ ମେଣ୍ଟାଉଛନ୍ତି। ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳର ବୋର ହଲୁଆ ଏବଂ ଅମ୍ପଲ ବାଲସା ଗାଁ ଦୃଶ୍ୟ। ଅମ୍ପଲ ବାଲସା ଗ୍ରାମରେ 39 ଘର ସହିତ 200 ଲୋକ ବସ ବାସ କରନ୍ତି। କିନ୍ତୁ ଗାଁରେ ବିଦ୍ୟାଳୟ ନଥିବା କରଣରୁ ପିଲା ମାନଙ୍କୁ ଦୂର ଦୁରାନ୍ତ ରେ ଥିବା ଆବାସିକ ବିଦ୍ୟାଳୟ ରେ ପାଠ ପଡ଼ିବାକୁ ପଡେ। ଗାଁରେ ଅଙ୍ଗନ ବାଡ଼ି କେନ୍ଦ୍ର ଥାଇ ବି ଶିଶୁଙ୍କୁ ନାଁ ମିଳୁଛି ଶିକ୍ଷା ନା ସୁଷମ ଖାଦ୍ୟ ।


ସେହି ପରି ବୋର ହଲୁଆରେ ମଧ୍ୟ ୩୫ ପରିବାର ବସବାସ କରନ୍ତି, କିନ୍ତୁ ସମାନ ସ୍ଥିତି । ଉଭୟ ଗାଁ ଆଦିବାସୀ ଅଧୁସିତ ହୋଇଥିଲେ ମଧ୍ୟ ଆନ୍ଧ୍ର ଓଡିଶା ସୀମାନ୍ତ ହୋଇଥିବା କରଣରୁ ଭାଷା ଜନିତ ସ୍ଥିତି ଉଦବେଗ ଜନକ। ନିଜ ମୂଳ ଭାଷା ଏବଂ ତେଲୁଗୁ ଭାଷା ଛାଡି ଦେଲେ ଓଡ଼ିଆ ଭାଷା ଠିକ ଭାବେ କହି ପାରନ୍ତିନି କି ବୁଝି ମଧ୍ୟ ପାରନ୍ତିନି ଅଞ୍ଚଳବାସୀ। ସୀମାନ୍ତ ଗାଁରେ ସମସ୍ୟାର ରାଜୁତି। ଏଠି ଅପହଞ୍ଚ ସରକାରୀ ଯୋଜନା। ଫଳରେ ଯୋଜନା ଥାଇବି ଅସହାୟ ଗ୍ରାମବାସୀ।

Villagers deprived of basic amenities | Argus News