Videos
|
Odisha

ସ୍ୱାଧୀନତାର ୭୮ ବର୍ଷ ପରେ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସ୍ୱାଧୀନତାର ୭୮ ବର୍ଷ ପରେ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

Key Points

ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ। ଗ୍ରାମ କୁ ଯିବାକୁ ଭଲ ରାସ୍ତା ନଥିବା ବେଳେ ବିଦ୍ୟୁତ ସାତସପନ ।

ମୌଳିକ ସୁବିଧାରୁ ବଞ୍ଚିତ ଅପହଞ୍ଚ ଗାଁ । ଆମେ କହୁଛୁ କେନ୍ଦୁଝର ଆନନ୍ଦପୁର ବ୍ଲକର କେଦାରପୁଟ ଗାଁର କଥା । ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବା ବେଳେ ପହଞ୍ଚି ପାରିନାହିଁ କୌଣସି କରକାରୀ ସୁବିଧା । ଗାଁର ଅଧିକାଂଶ ଲୋକ ଦିନ ମଜୁରିଆ । ଏହି ଗାଁକୁ ଯିବାକୁ ହେଲେ ପଡୋଶୀ ମୟୁରଭଂଜ ଜିଲ୍ଲାର ପାହାଡ଼ିଆ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ । ଗାଁରେ ଅଙ୍ଗନବାଡି କି ବିଦ୍ୟାଳୟ ନାହିଁ । ଫଳରେ ପିଲା ମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । ଭଲ ରାସ୍ତା ଟିଏ ନଥିବାରୁ ଗାଁକୁ ଯାଇପାରେ ନାହିଁ ଆମ୍ବୁଲାନ୍ସ ।

ରାତି ହେଲେ ଅନ୍ଧାରରେ ହଜିଯାଏ ପୁରା ଗାଁ । କାରଣ କାରଣ ଗାଁରେ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ବିଦ୍ୟୁତ୍ ସେବା । ଚାରିପଟେ ଜଙ୍ଗଲ ଥିବାରୁ ରାତିରେ ବନ୍ୟଜନ୍ତୁଙ୍କ ଭୟ । ସେପଟେ ଗାଁରେ ପହଞ୍ଚି ପାରିନାହିଁ ବୁଶୁଦ୍ଧ ପାନୀୟ ଜଳ । ଗୋଟିଏ ମାତ୍ର ନଳକୂପ ଥିବା ବେଳେ ସେଥିରୁ ମଧ୍ୟ ଆଇରନ ପାଣି ବାହାରୁଛି । ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ତେବେ ଦେଖିବାକୁ ବାକି କେବେ ଏହି ଆଞ୍ଚଳର ଲୋକଙ୍କ ମୌଳିକ ସମସ୍ୟା ଦୁର ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
villagers-deprived-of-basic-amenities-after-78-years-of-independence | Argus News