ମୌଳିକ ସୁବିଧାରୁ ବଞ୍ଚିତ ଝରଣୀପଦର ଗ୍ରାମବାସୀ

Key Points
ନାଲି ଭରସାରେ ଝରଣୀପଦର
ନାଲିମାଟିର ରାସ୍ତା
ନାଲିମାଟିର ଘର
ନାଲିପାଣି ଭରସା
ମାତ୍ର ନାଲି ରଙ୍ଗ ଭିତରେ ଲୁଚିଛି ଆଦିବାସୀଙ୍କ କରୁଣ କାହାଣୀ। କାହାଣୀ ଅସହାୟତାର, କାହାଣୀ ପ୍ରତାରଣାର। ଏଇ ଦେଖନ୍ତୁ ଗାଁର ଚିତ୍ର। ଗାଁକୁ ଦେଖିଲେ ଜଣାପଡୁଛି ବିକାଶର ବିକଳ ଚିତ୍ର । ରହିବାକୁ ନା ଅଛି ପକ୍କାଘର ନା ହୋଇ ପାରିଛି ପକ୍କା ରାସ୍ତା ସଂଯୋଗ। ଏମିତିକି ଜଳ ଯୋଗାଣ ପାଇଁ ଥିବା ନଳକୂପବି ଦେଉଛି ପ୍ରତାରଣା। ସଫା ପାଣି ମୁନ୍ଦେ ପାଇଁ ସଂଯୋଗ ହୋଇଥିବା ନଳକୂପରୁ ବାହାରୁଛି ଗୋଳିଆ ନାଲି ପାଣି। ବଲାଙ୍ଗିର ତୁରେକେଲା ବ୍ଲକ କମେଇମୁଣ୍ଡା ପଂଚାୟତ ଝରଣୀପଦର ଗାଁ । ଦୀର୍ଘ ବର୍ଷରୁ ଗାଁ ସ୍ଥାପନ ହୋଇଥିବା ବେଳେ ଏବେ ବି ରାଜସ୍ୱ ମାନ୍ୟତା ଗାଁ ହୋଇପାରିନି ।
ଜଙ୍ଗଲ ପାହାଡ ଘେରା ପାଦ ଚଲା ରାସ୍ତା ରେ ଯିବା କୁ ପଡେ ଏହି ଗାଁ କୁ । ଗ୍ରୀଷ୍ମ ରୁତୁରେ କିଛି ମାସ ସୁରୁ ଖୁରୁ ରେ ଚଲିଯାଏ । ବର୍ଷା ମାସରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ରାସ୍ତା ନ ଥିବାରୁ ରୋଗୀ ବା ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ନେଇଥାନ୍ତି ସମ୍ପର୍କୀୟ । ଗାଁ କୁ ଆମ୍ବୁଲାନ୍ସ ରାସ୍ତା ପାଇଁ ଯାଇ ନଥିବାରୁ ଅନେକ ଲୋକ ଓ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ନଜର କୁ ଆସିଛି । ଗାଁରେ ଶିକ୍ଷା ବ୍ୟବସ୍ଥା କଥା ନକହିବା ଭଲ । ପାଠପଢିବା ପାଇଁ ଅଙ୍ଗନୱାଡି ସେଣ୍ଟର ସ୍ଥାପନ ହୋଇନି । ଫଳରେ କୁନିକୁନି ଶିଶୁ ମାନେ ପ୍ରାକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଅନ୍ୟ ଗାଁ କୁ ପାଠ ପଢି ଯିବାକୁ ରାସ୍ତା ନଥିବାରୁ ଭୟ କରୁଛନ୍ତି ଶିଶୁ ।
ପାନୀୟ ଜଳ ଯୋଗାଣ ପାଇଁ ୨ ଟି ନଲକୂଅ ଅଛି ହେଲେ ବାହାରୁଛି ମଇଳା ପାଣି। ଲୋକେ ମଇଳା ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ରୋଜଗାର ପାଇଁ ଗାଁର ଲୋକ ମାନେ ଜଙ୍ଗଲର ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଆଣିଥାନ୍ତି । ଏହାକୁ ବିକ୍ରି କରି ପରିବାର ପୋଷଣ କରନ୍ତି। ରୋଜଗାର ଅଭାବରୁ ଗାଁର ଅନେକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଉପାନ୍ତବାସୀଙ୍କ ପାଇଁ ଅନେକ ଯୋଜନା ହେଲେ ଆଜି ବି ସବୁ ଅପହଂଚ । ମୈଳିକ ସୁବିଧାରୁ ବଂଚିତ ଉପାନ୍ତବାସୀ ।