ହାତରେ ହାତ ମିଶାଇ ନିଜେ ରାସ୍ତା କଲେ ଗ୍ରାମବାସୀ

Key Points
ଶୁଣିଲାନି ପ୍ରଶାସନ
ହାତରେ ହାତ ମିଶାଇ ନିଜେ ରାସ୍ତା କଲେ ଗ୍ରାମବାସୀ
ବିକାଶ ଅପେକ୍ଷାରେ ଜୀରଙ୍ଗ ପଞ୍ଚାୟତର ଦୁଇ ଅବହେଳିତ ଗାଁ
ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଭଳି ସୁବିଧାରୁ ବଞ୍ଚିତ
ଗଜପତି ମୋହନା ଜିରାଙ୍ଗ ପଞ୍ଚାୟତ ସାରା ବିଶ୍ବରେ ପ୍ରସିଦ୍ଧ । କାହିଁକି ନା ଏଠି ଅଛି ଏସିଆର ଦ୍ଵିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର । ମାତ୍ର ଏହି ପଞ୍ଚାୟତରେ ଏପରି ଅନେକ ଗାଁ ଅଛି ଯେଉଁଠି ଆଜି ବି ବିକାଶ ଅପହଞ୍ଚ । ସେଭଳି ଦୁଇ ଗାଁ ହେଉଛି କୁମୁଲୁସିଂ ଓ ଯୁରାପେଟା । ଗାଁରେ ବସବାସ କରନ୍ତି ପ୍ରାୟ 60 ଆଦିବାସୀ ପରିବାର । ଯେଉଁ ମାନଙ୍କ ପାଇଁ ରାସ୍ତା କହିଲେ ଏଇ କାଦୁଅ ପଚପଚ ରାସ୍ତା ଭରସା। ରାସ୍ତା ଏମିତି ଦେଖିଲେ ଚାଲିକି ଯିବାକୁ ଇଚ୍ଛା ହେବନି। ବିକାଶ ପହଞ୍ଚିବା ପାଇଁ ଏଠି କଚ୍ଚା ରାସ୍ତା ବାଧା ସୃଷ୍ଟି କରୁଛି । ଏହି ରାସ୍ତା ଦେଖିଲେ ବିକାଶ ଯିବାକୁ ମନ ଉଣା କରିଦିଏ । ମାଟି ପଥୁରିଆ ଓ କାଦୁଅ ପଚପଚ ରାସ୍ତା ଦେଖିଲେ କିଏ ବା ଯିବାକୁ ଇଚ୍ଛା ପ୍ରକାଶ କରିବ ।
ଉଭୟ ଗାଁ ଛଡ଼ା ଆଖପାଖରେ ଅନେକ ଗାଁ ରହିଛି ଯେଉଁମାନେ ଏହି ମୁଖ୍ୟ ରାସ୍ତା ଉପରେ ନିର୍ଭର କରନ୍ତି । ଦୈନନ୍ଦିନ ଶତାଧିକ ଲୋକ ଏହି ରାସ୍ତା ଦେଇ ଗମନା ଗମନ କରନ୍ତି । ହାଟ ବାଜାର ହେଉ ଅବା ପଞ୍ଚାୟତ ଏପରିକି ସ୍ଵାସ୍ଥ୍ୟ ଓ ଶିକ୍ଷା ଲାଗି ଏହି ରାସ୍ତା ଦେଇ ହିଁ ଗତି କରିବାକୁ ପଡେ । ମାତ୍ର ରାସ୍ତା ଠିକ୍ ନଥିବା ହେତୁ ଏଠାକୁ ୪ ଚକିଆ ଆସିବାକୁ ଅମଙ୍ଗ ହୁଅନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଦାବି ସୁଣଇ ଲାନି ପ୍ରଶସାନ ଶେଷରେ ନିଜେ ଶ୍ରମ ଦାନ କରି ଏହି ଅଞ୍ଚଳବାସୀ ଏହି ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି ।
ଏହି ନଳକୂପ ଦେଖିଲେ ବସୁଧା ଯୋଜନାର ବାସ୍ତବତା ପୁରା ବାରିହେଉଛି । ବର୍ଷ ତମାମ ଏହା ଉପରେ ନିର୍ଭର କରନ୍ତି ଅଞ୍ଚଳବାସୀ । ଶିକ୍ଷା କହିଲେ ଏଠାରେ ଯାହା ଅଙ୍ଗନବାଡ଼ି କେନ୍ଦ୍ର ଟିଏ ରହିଛି। ମାତ୍ର ତାପରେ ପ୍ରାଥମିକ ଓ ଉଚ୍ଚ ଶିକ୍ଷା ଲାଗି ନାହିଁ ସେହିଭଳି ଆନୁଷଙ୍ଗିକ ବ୍ୟବସ୍ଥା । ବାରମ୍ବାର ଏନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ସୁଦ୍ଧା ଫଳ ଶୂନ ବୋଲି ଅଭିଯୋଗ ହୁଏ ।
📱 Get Argus News App
✨ସରକାରୀ ଯୋଜନା ଖୋଳ ଦେଖାଇ ପୂର୍ବ ସରକାର ବାହାବି ନେଉଥିବା ହେଲେ ଗ୍ରାଉଣ୍ଡରେ ପହଞ୍ଚି ପାରୁନି ସରକାରୀ ଯୋଜନାର ଲାଭ। ଜିରାଙ୍ଗ ଭଳି କ୍ଷାତିଥିବା ପର୍ଯ୍ୟଟନ ସ୍ଥଳକୁ ଯଦି ସରକାରୀ ଯୋଜନା ପହଞ୍ଚି ପାରୁନି ତେବେ ଆହୁରି ଭିତିରିଆ ଅଞ୍ଚଳ କଥା କିଏ କହିବ।