Odisha Politics / ୧୬ ମାସର ସରକାର, ରାଜ୍ୟରେ ହ୍ରାସ ପାଇଛି ମହିଳା ହିଂସା

Key Points
Molestation ୧.୯% ହ୍ରାସ ପାଇଛି ।
ରାଜ୍ୟ ସରକାରଙ୍କ ବଡ଼ ଉପଲବ୍ଧି । ନୂଆ ସରକାର ଗଠନ ହେବା ପରଠୁ, ରାଜ୍ୟରେ ହିଂସା କମିଛି । ବିଶେଷକରି ମହିଳା ହିଂସା ହ୍ରାସ ପାଇଛି । ଏନେଇ ଶୁକ୍ରବାର ଗୃହରେ ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ ।
ସେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ଶାସନକୁ ଆସିବାର ୧୫ ମାସ ଅର୍ଥାତ ୦୧.୦୭.୨୦୨୪ ରୁ ୩୦.୦୯.୨୦୨୫ ମଧ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅପରାଧିକ ମାମଲାକୁ ଯଦି ପୂର୍ବ ୧୫ ମାସ ଅର୍ଥାତ ତା ୦୧.୦୪.୨୦୨୩ ରୁ ୩୦.୦୬.୨୦୨୪ ମଧ୍ୟରେ ହୋଇଥିବା ଅପରାଧକୁ ତୁଳନା କରାଯାଏ, ତେବେ ଅପରାଧ ସଂଖା ଅପେକ୍ଷାକୃତ ଭାବେ ସ୍ଥିର ରହିଛି । ୦୧.୦୭.୨୦୨୪ ରୁ ୩୦.୦୯.୨୦୨୫ ମଧ୍ୟରେ ରାଜ୍ୟରେ ମହିଳାଙ୍କ ବିରୋଧର ଘଟୁଥିବା ଅପରାଧର ମୋଟ ୪୦,୯୪୭ ଗୋଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୦୧.୦୪.୨୦୨୩ ରୁ ୩୦.୦୬.୨୦୨୪ ରିଖ ମଧ୍ୟରେ ୪୦,୭୭୧ ମାମଲା ରହିଛି ।
ରାଜ୍ୟରେ ଦୁଷ୍କର୍ମ ମାମଲା ୩.୩% ହ୍ରାସ ପାଇଛି । Molestation ୧.୯% ହ୍ରାସ ପାଇଛି । ଯୌନ ନିର୍ଯାତନା ମାମଲାରେ ୦.୭% ସାମାନ ବୃଦ୍ଧି ପାଇଛି । Public Disrobing of Women ମାମଲାରେ ୨୨.୨ % ହ୍ରାସ ପାଇଛି। Voyeurism ମାମଲା ସ୍ଥିର ରହିଛି । ମହିଳାଙ୍କ ଉପେର ଏସିଡ୍ ଆମଣ ମାମଲାରେ ୬୬.୭% ହ୍ରାସ ପାଇଛି । ମହିଳା ଚାଲାଣ ମାମଲାରେ ୨୪.୧% ହ୍ରାସ ପାଇଛି । ଯୌତୁକ ହତ୍ୟା ମାମଲାରେ ୨୦.୬% ହ୍ରାସ ପାଇଛି । ଯୌତୁକ ନିର୍ଯାତନା ମାମଲାରେ ୭.୨% ହ୍ରାସ ପାଇଛି ।
ମହିଳାମାନଙ୍କ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି । ମାମଲାଗୁଡ଼ିକର ତୁରନ୍ତ ପଞ୍ଜୀକରଣ, ସଠିକ ତଦନ୍ତ, ବିଚାର ପ୍ରକ୍ରିୟା ଉପରେ ନଜର ରଖିବା, ପୀଡିତମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହିତ ଉପଯୁକ୍ତ ପରାମର୍ଶ ଦ୍ୱାରା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ତଥା ଥଇଥାନ ସହିତ ପୀଡିତମାନଙ୍କୁ ନ୍ୟାୟ ପ୍ରଦାନ କରିବା ଆମର ପ୍ରାଥମିକତା।
ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ଶାଖା ଖୋଲିଛନ୍ତି...
-ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା (CAW & CW)
-ରାଜ୍ୟ CID CB ଅଧୀନରେ ଏହି ଶାଖାକୁ ମହିଳା ଏବଂ ଶିଶୁ ବିରୁଦ୍ଧରେ ଘଟୁଥିବା ଅପରାଧର ଜଘନ୍ୟ ମାମଲା ଯଥା ମାନବ ଚାଲାଣ, ଯୌନ ଅପରାଧ, ଘେରାଇ ହିଂସା, ଏସିଡ୍ ଆକ୍ରମଣ, ଶିଶୁ ଶ୍ରମିକ, ଗୁଣୀ ଗାରେଡିର ଶିକାର ଇତ୍ୟାଦି ଉପରେ ନଜର ରଖିବା ପାଇଁ ଦାୟିତ୍ୱ ଦିଆଯାଇଛି।
-ରାଜ୍ୟର ଘୃଣ୍ୟ ଏବଂ ଚାଞ୍ଚଲ୍ୟକର ଅପରାଧର ତଦନ୍ତ ପାଇଁ CAW & CW ଅଧୀନରେ ଏକ ପୋଲିସ ଷ୍ଟେସନ କାର୍ଯ୍ୟ କରୁଛି।
📱 Get Argus News App
✨Related Topics
Explore more stories