Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଣବ  ବଳବନ୍ତରାୟଙ୍କ ଉପସ୍ଥିତିରେ ଭଙ୍ଗାରୁଜା କଲେ  ବିଜେଡି  କର୍ମୀ  

Manini Pattanayak
Browse all articles by Manini Pattanayak
·2 years ago
ପ୍ରଣବ  ବଳବନ୍ତରାୟଙ୍କ ଉପସ୍ଥିତିରେ ଭଙ୍ଗାରୁଜା କଲେ  ବିଜେଡି  କର୍ମୀ  

ଯାଜପୁର:  ଧର୍ମଶାଳାରେ  ବିଜେଡି କର୍ମୀଙ୍କ ଲଙ୍କାକାଣ୍ଡ।  ଧର୍ମଶାଳା ଓସାରାରେ  ବିଜେଡି କର୍ମୀଙ୍କ ଭଙ୍ଗାରୁଜା ।  ବିଧାୟକ ପ୍ରଣବ  ବଳବନ୍ତରାୟଙ୍କ ଉପସ୍ଥିତିରେ  ଭଙ୍ଗରୁଜା ହୋଇଥିବା ସୂଚନା। ସୂଚନାମୁତାବକ, ରାଲିରେ  ଯାଉଥିବାବେଳେ ସାମାନ୍ୟ  ବଚସାରୁ ଭଙ୍ଗାରୁଜା ହୋଇଥିଲା।  

ଜଣେ ପୂର୍ବତନ ସରପଞ୍ଚ କାର୍‌ ରେ ଘରକୁ ଫେରିଲା ବେଳେ ହୋଇଥିଲା ସାମ୍ନାସାମ୍ନି ।  ତେବେ ପୂର୍ବତନ  ସରପଞ୍ଚ ଙ୍କ କାର୍‌ ବିଜେଡି କର୍ମୀଙ୍କ ଦେହରେ ବାଜିଥିବା ଅଭିଯୋଗ।  ପୁର୍ବତନ  ସରପଞ୍ଚଙ୍କ ମାର୍କେଟ କମ୍ପ୍ଲେକ୍ସରେ  ପଶି ଭାଙ୍ଗିଲେ ବିଜେଡି କର୍ମୀ। ସୂଚନାମୁତାବକ ସ୍କର୍ପିଓ ମାଡିଯିବାରୁ ୩ରୁ ୪ ଜଣଙ୍କ ବାଇକ୍‌ ଭାଙ୍ଗିବା ସହ ଦୁଇ ଜଣ ବ୍ୟକ୍ତିଙ୍କ ଗୋଡ ଭାଙ୍ଗିଥିବା ସୂଚନା। ଏହି ଦୁର୍ଘଟଣା ପରେ ମାଣ୍ଡିଆ ଛକରେ ଉତ୍ତେଜନା  ବୃଦ୍ଧି ପାଇଛି। ଘଟଣାସ୍ଥଳରେ  ଯାଜପୁର  ଏସପି  ପହଞ୍ଚିଛନ୍ତି ଭିନିତ ଅଗ୍ରଓ୍ୱାଲ।    
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
violence of BJD workers in Dharamshala | Argus News