Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉଠା ଦୋକାନୀଙ୍କୁ ଉଚ୍ଛେଦ ପ୍ରକ୍ରିୟାକୁ ତୀବ୍ର ବିରୋଧ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଉଠା ଦୋକାନୀଙ୍କୁ ଉଚ୍ଛେଦ ପ୍ରକ୍ରିୟାକୁ ତୀବ୍ର ବିରୋଧ

 ଭୁବନେଶ୍ବର : ଉଠା ଦୋକାନୀଙ୍କୁ ଉଚ୍ଛେଦ ପ୍ରକ୍ରିୟାକୁ ତୀବ୍ର ବିରୋଧ । ବାଣୀବିହାର କ୍ୟାମ୍ପସ ନିକଟରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ ବେଳେ ଚାପା ଉତ୍ତେଜନା । ଉଚ୍ଛେଦ ବେଳେ JCB ଆଗରେ ବସି ରହିଲେ ମହିଳା । ଉଚ୍ଛେଦ କରିବା ପୂର୍ବରୁ ଥଇଥାନ ନ କରିବା ନେଇ ଝାଡ଼ିଲେ ଅସନ୍ତୋଷ । ପ୍ରବାସୀ ଭାରତୀୟ ଦିବସ ପାଇଁ ଉଚ୍ଛେଦ କରୁଛି ଭୁବନେଶ୍ବର ମହାନଗର ନିଗମ ।


ଆସନ୍ତା 8ରୁ 10 ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀ । ସମ୍ମିଳନୀରେ ସାମିଲ ହେବା ପାଇଁ ଭୁବନେଶ୍ବର ଆସିବେ ହଜାର ହଜାର ପ୍ରବାସୀ ଭାରତୀୟ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବୈଦେଶିକ ମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ । ଏଥିପାଇଁ ନବବଧୂ ପରି ସଜେଇ ହେଉଛି ଭୁବନେଶ୍ବର । ବିଏମସି ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Violent protest against the process of eviction of pickpockets | Argus News