ଆଉ ଲମ୍ବା ଲାଇନ୍ ଠିଆ ନହୋଇ ସିଧାସଳଖ ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ

Key Points
ହଜାର ଟଙ୍କାରେ ଶ୍ରୀମନ୍ଦିରରେ ମିଳିବ ଭିଆଇପି ଦର୍ଶନ । ଆଉ ଲମ୍ବା ଲାଇନ୍ ବା ଧାଡିରେ ଠିଆ ନହୋଇ ସିଧାସଳଖ ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ ।
ହଜାର ଟଙ୍କାରେ ଶ୍ରୀମନ୍ଦିରରେ ମିଳିବ ଭିଆଇପି ଦର୍ଶନ । ଆଉ ଲମ୍ବା ଲାଇନ୍ ବା ଧାଡିରେ ଠିଆ ନହୋଇ ସିଧାସଳଖ ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ । ଏହାସହ ତୁଳସୀ ଓ ମହାପ୍ରଭୁଙ୍କ ପୂଜା ଫୁଲ ମଧ୍ୟ ମିଳିବ । ଜଣେ ସେବକ ଆପଣଙ୍କ ପାଖରେ ରହି ଶ୍ରୀମନ୍ଦିର ବିଷୟରେ ଆପଣଙ୍କୁ ବୁଝାଇବେ । ଏଭଳି ସୁବିଧା ହରି ଓମ୍ ନାମକ ଏକ ଅନଲାଇନ ଆପ୍ଲିକେସନରେ ମିଳୁଛି ବୋଲି ପ୍ରଚାର କରାଯାଉଛି । ଏବେ ଏଭଳି ମେଲ୍ ବି ଆସୁଛି ଭକ୍ତଙ୍କୁ । ଏ ସୁବିଧା ନେଇ ଗତ ୨୭ ତାରିଖରେ ମେଲ୍ ଆସିଛି । ଅବଶ୍ୟ ଅନଲାଇନ ଆପ୍ଲିକେସନ ଦ୍ବାରା ଏହି ସୁବିଧା ଭକ୍ତଙ୍କୁ ମିଳିଛି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ନଥିବା ବେଳେ ହରି ଓମ୍ ଆପ୍ଲିକେସନ ଜନୈକ ଭକ୍ତଙ୍କୁ ଦର୍ଶନ ସୁବିଧା ପାଇଁ ମେଲ୍ କରିଛି ।
ଜଣଙ୍କ ପିଛା ହଜାର ଟଙ୍କା ଦେଇ ସ୍ଲଟ୍ ବୁକ୍ କଲେ ଦର୍ଶନ ବ୍ୟବସ୍ଥା କରାଯାଉଛି । କେବଳ ଏତିକି ନୁହେଁ ଶ୍ରୀମନ୍ଦିର ଭିତରେ ଡାଲି ଓ ଭାତ ନଚେତ୍ ଛପନ ଭୋଗ ଖାଇବାକୁ ଦିଆଯିବ ବୋଲି କୁହାଯାଇଥିବା ବେଳେ, ସମୟ ଅନୁସାରେ ସ୍ଲଟ୍ ବୁକ୍ ହେଉଛି । ଆଗରୁ ଭକ୍ତଗଣ ଖରା, ବର୍ଷା, ଶୀତ କାକରରେ କାଳିଆ ସାଆନ୍ତଙ୍କ ଠିକେ ଦର୍ଶନ ପାଇଁ ଲମ୍ୱା ଲାଇନରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡ଼ୁଥିଲା। ବର୍ତ୍ତମାନ ଆଉ ଭକ୍ତମାନଙ୍କୁ ଏମିତି ହଇରାଣ ହେବାକୁ ପଡ଼ିବ ନାହିଁ। ସୁବିଧାରେ ଯାଇ ଜଗନ୍ନାଥଙ୍କ ଦର୍ଶନ ପରିପାରିବେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: