Viral Odissi Dancer; ହାର୍ ମାନିଛି ଶାରୀରିକ ଅକ୍ଷମତା,ନିକ୍ଷୁଣ ଭାବରେ କରୁଛନ୍ତି ନୃତ୍ୟ

Key Points
ହାର୍ ମାନିଛି ଶାରୀରିକ ଅକ୍ଷମତା
ଗୋଟିଏ ହାତ ନଥିଲେ ବି ନିଜର ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ
ଅତି ସୁନ୍ଦର ଓ ନିକ୍ଷୁଣ ଭାବରେ କରୁଛନ୍ତି ନୃତ୍ୟ
ଏଠି ଇଚ୍ଛା ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା । ଦେଖୁଛନ୍ତି ତ କେତେ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି । ତାଙ୍କ ଆଖି କଥା କହୁଛି । ଏମିତି ଭଙ୍ଗୀ କରୁଛନ୍ତି ଯେ କେହି କରିପାରିବେନି ଯେ ତାଙ୍କର ଶରୀରରେ କିଛି ଅକ୍ଷମତା ରହିଛି । ଅତି ସୁନ୍ଦର ଓ ନିକ୍ଷୁଣ ଭାବରେ ନୃତ୍ୟ କରୁଛନ୍ତି । ଯେ କେହି ବି ଦେଖିଲେ ଆଖି ଲାଖିଯିବ ।
📱 Get Argus News App
✨ନାଁ ତାଙ୍କର ଦ୍ରୀଷ୍ଟି ଦିବ୍ୟାନୀ । ବୟସ 16 ବର୍ଷ । ଜନ୍ମରୁ ଗୋଟିଏ ହାତ ନାହିଁ ସତ । ହେଲେ ଘରେ ଥୁଆ ହୋଇଥିବା ଏ ପ୍ରାଇଜ୍ ଦେଖିଲେ ଆପଣ ଜାଣିପାରୁଥିବେ ଯେ ସେ କେତେ ସକ୍ଷମ । ଦିବ୍ୟାଙ୍ଗ ହେଲେ ବି ସେ ଓଡିଶୀ ନୃତ୍ୟରେ ରାଜ୍ୟ ତଥା ଜାତୀୟ ସ୍ତରୀୟ ପୁରସ୍କାର ପାଇଛନ୍ତି । ପରିବାରଠୁ ନେଇ ଅଞ୍ଚଳବାସୀ ସମସ୍ତେ ତାଙ୍କୁ ନେଇ ଗର୍ବ କରନ୍ତି ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ସାଉଥ ବଲଣ୍ଡା ଅଞ୍ଚଳର ଦ୍ରୀଷ୍ଟି ଦିବ୍ୟାନୀ ଦେହୁରୀ । ଜନ୍ମରୁ ଗୋଟିଏ ହାତ ନାହିଁ । କିନ୍ତୁ ସେ କେବେ ବି ଏଥିପାଇଁ ନା ଦୁଃଖ କରିଛନ୍ତି ନା କାହା ଉପରେ ବୋଝ ସାଜିଛନ୍ତି । ବରଂ ନିଜ ଚେଷ୍ଟ, ଇଚ୍ଛା ଶକ୍ତି ବଳରେ ଓଡିଶୀ ଡ୍ୟାନସର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏଥିପାଇଁ ରାଜ୍ୟ ତଥା ଜାତୀୟ ସ୍ତରରେ ସେ ଅନେକ ପୁରସ୍କାର ପାଇଛନ୍ତି ।
ପାଖାପାଖି 11 ବର୍ଷ ହେଲା ସେ ତାଙ୍କ ସଂଘର୍ଷ ଜାରି ରଖିଛନ୍ତି । ଯେଉଁଥିପାଇଁ ସେ ବହୁତ ଭାଇରlଲ ହେବା ସହ ତାଙ୍କ ନିକଟକୁ ବହୁ ପ୍ରଶଂସାର ସୁଅ ଛୁଟୁଛି । ବାପା ମା ମଧ୍ୟ ବହୁ ଖୁସି ଥିବାବେଳେ ତାଙ୍କ ଓଡିଶୀ ନୃତ୍ୟର ନିଖୁଣତା ସମସ୍ତଙ୍କୁ ବିସ୍ମୟ କରିଛି । ଛୋଟ ବେଳୁ ତାଙ୍କର ଏହି ଇଛାକୁ ପରିବାର ଲୋକେ ସମର୍ଥନ କରିଆସିଛନ୍ତି । ଯେଉଁଥିପାଇଁ ସେ ଜାତୀୟ ସ୍ତରରେ ନୃତ୍ୟ ପରିବେଷଣ କରି ଢେର ନାଁ କମେଇଛନ୍ତି । ଭବିଷ୍ୟତରେ ତାଙ୍କର ଲକ୍ଷ୍ୟ ସେ ସିଭିଲ ସର୍ଭିସରେ ଚାକିର କରି ଲୋକଙ୍କ ସେବା କରିବେ ।