Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ଵରର ଏହି ମନ୍ଦିରରେ ନଜର ଆସିଲେ ବିରାଟ କୋହଲିଙ୍କ ଜୁଡୱା , ଭାଇରାଲ ହେଲା ଭିଡିଓ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଭୁବନେଶ୍ଵରର ଏହି ମନ୍ଦିରରେ ନଜର ଆସିଲେ ବିରାଟ କୋହଲିଙ୍କ ଜୁଡୱା , ଭାଇରାଲ ହେଲା ଭିଡିଓ

Key Points

ପ୍ରଥମ ଅରୋରା ନାମକ ଜଣେ ଫୁଡ୍ ବ୍ଲଗର ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପରେ ଏହି ଭିଡିଓକୁ ସୁନିଲ ଦ କ୍ରିକେଟର ନାମକ ଏକ ଆକାଉଣ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଶେୟାର କରିବା ପରେ ଏହାକୁ ମିଲିୟନ ଲୋକ ଦେଖି ସାରିଛନ୍ତି ।

ଭୁବନେଶ୍ଵର ଅନନ୍ତ ବାସୁଦେବ ମନ୍ଦିରର ଏକ ଭିଡିଓ କ୍ଲିପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ ବ୍ୟକ୍ତି ଅବିକଳ କ୍ରିକେଟର ବିରାଟ କୋହଲିଙ୍କ ଭଳି ଦେଖା ଯାଉଥିବା ନଜର ଆସିଛନ୍ତି । ସମସ୍ତେ ତାଙ୍କୁ ବିରାଟଙ୍କ ଜୁଡୱା ଭାଇ ବୋଲି କହିଛନ୍ତି ।

ପ୍ରଥମ ଅରୋରା ନାମକ ଜଣେ ଫୁଡ୍ ବ୍ଲଗର ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପରେ ଏହି ଭିଡିଓକୁ ସୁନିଲ ଦ କ୍ରିକେଟର ନାମକ ଏକ ଆକାଉଣ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଶେୟାର କରିବା ପରେ ଏହାକୁ ମିଲିୟନ ଲୋକ ଦେଖି ସାରିଛନ୍ତି ।

ଲାଇନ୍‌ରେ ରହି ପ୍ରସାଦ ସେବନ ପାଇଁ ଅପେକ୍ଷା କରିଥିବା ବେଳେ ସେ ଏହି ଭିଡିଓ ଶୁଟ୍ କରିଥିଲେ । ଏହି ସମୟରେ ସେହି ବିରାଟ କୋହଲିଙ୍କ ପରି ଅବିକଳ ଦେଖା ଯାଉଥିବା ବ୍ୟକ୍ତି ଜଣକଙ୍କ ଉପରେ ନଜର ପଡିଥିଲା । ସେ ବ୍ୟକ୍ତି ଜଣକ ଏକ ଧୋତି ପିନ୍ଧିଥିଲେ । ତାଙ୍କ ମୁହଁର ଆକୃତି ତାଙ୍କର ଦାଢି ସମ୍ପୂର୍ଣ୍ଣ ବିରାଟ କୋହଲିଙ୍କ ଭଳି ଦେଖାଯାଉଥିଲା । ତାଙ୍କ ଉପରେ ହଠାତ ନଜର ପଡିଲେ ବିରାଟ କୋହଲି ବୋଲି ଭାବିବା ଆଦୌ ଆଶ୍ଚର୍ଯ୍ୟର କଥା ନୁହେଁ । ତେବେ ଭିଡିଓ ଶେୟାର କରି ବ୍ୟକ୍ତିଜଣକ କ୍ୟାପସନ ରେ ଲେଖିଥିଲେ, "ମୁଁ ମୋ ନିଜକୁ ହିଁ ବୁଝେଇଦେଲି କି ସେ ବିରାଟ ନୁହେଁ ବୋଲି" ।

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଶେୟାର ହେବା ସହ ଅନେକ ଜଣ ତାଙ୍କୁ ବିରାଟଙ୍କ ଜୁଡୱା ବୋଲି ଲେଖିଛନ୍ତି । ସେହିପରି ଆଉ ଜଣେ ଲେଖିଛନ୍ତି, ଭାଇ ପ୍ରକୃତରେ ପୂଜାପାଠ କଲା ପରି ଦିଶୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli's judwaa spotted at this temple in Bhubaneswar, video goes viral | Argus News