ଜଗାଦର୍ଶନରେ ଭକ୍ତଙ୍କୁ ଯନ୍ତ୍ରଣା ନେଇ ବ୍ୟଥିତ ବିଶ୍ବଭୂଷଣ

Key Points
- ଜଗାଦର୍ଶନରେ ଭକ୍ତଙ୍କୁ ଯନ୍ତ୍ରଣା ନେଇ ବ୍ୟଥିତ ବିଶ୍ବଭୂଷଣ
- ସାମ୍ବିଧାନିକ ପଦରେ ଥାଇବି ଶ୍ରୀମନ୍ଦିର ନେଇ ରଖିଲେ କଡ଼ା ଆଭିମୁଖ୍ୟ
- କହିଲେ ଭକ୍ତଙ୍କର ଯନ୍ତ୍ରଣା ଅନୁଭବ କରୁ ଶ୍ରୀମନ୍ଦିର ପ୍ରଶାସନ
- ପରିକ୍ରମା ପ୍ରକଳ୍ପ ନେଇ ଛତିଶଗଡ଼ ରାଜ୍ୟପାଳଙ୍କ କଡ଼ା ପ୍ରତିକ୍ରିୟା
- ବିଶ୍ବଭୂଷଣ କହିଲେ ଐତିହକୁ ନଷ୍ଟ କରି କରାନଯାଉ ପ୍ରକଳ୍ପ
ଅର୍ଗସ ବ୍ୟୁରୋ: ଜଗନ୍ନାଥଙ୍କ ଦର୍ଶନ ଶୃଙ୍ଖଳିତ,ଯନ୍ତ୍ରଣା ରହିତ ହେବା ଆବଶ୍ୟକ ଶୀର୍ଷକ ନିଜ ଲେଖାକୁ ନେଇ ପ୍ରତିକ୍ରିୟା ରଖିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଶ୍ରୀମନ୍ଦିରକୁ ଜଗାଦର୍ଶନ ପାଇଁ ଯାଇଥିବା ବେଳେ ଭକ୍ତଙ୍କ ଯନ୍ତ୍ରଣା ଦେଖି ଆହତ ବିଶ୍ବଭୂଷଣ ବର୍ଣ୍ଣନା କରିଛନ୍ତି ନିଜ ମନର ବ୍ୟଥା। ସାମ୍ବିଧାନିକ ପଦରେ ଥାଇ ବି ଭକ୍ତଙ୍କର ଦୁର୍ଦ୍ଦଶା ନେଇ ମୁହଁ ଖୋଲିଛନ୍ତି ଛତିଶଗଡ଼ ରାଜ୍ୟପାଳ। ଧାଡ଼ିଦର୍ଶନରେ ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିବା ସହ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କର ଯନ୍ତ୍ରଣା ଅନୁଭବ କରୁବୋଲି କହିଛନ୍ତି ବିଶ୍ବଭୂଷଣ।
ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବି ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ଼ ରାଜ୍ୟପାଳ କହିଛନ୍ତି ପ୍ରକଳ୍ପ ହେଉ ହେଲେ ଐତିହ୍ୟକୁ ନଷ୍ଟ ନ କରାଯାଉ। ଐତିହ୍ୟକୁ ନଷ୍ଟ କରି କିଛି ପ୍ରକଳ୍ପ କରାଯାଏନି । ଆଉ ସଂଯୋଗ ବି ଦେଖନ୍ତୁ ବିଶ୍ବଭୂଷଣ ଭକ୍ତଙ୍କ ଯନ୍ତ୍ରଣା ପ୍ରସଙ୍ଗରେ ଆର୍ଟିକିଲ ଲେଖିଥିବାବେଳେ ସୋମବାର ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଦେଖିବାକୁ ମିଳିଥିଲା ଚରମ ଅବ୍ୟବସ୍ଥା। ପ୍ରବଳ ଗହଳିରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଭକ୍ତମାନେ ଖୁବ୍ କଲବଲ ହୋଇଥିଲେ। ଏପରିକି କିଛି ଭକ୍ତ ମୂର୍ଚ୍ଛା ହେଇଯାଇଥିବା ଦେଖିବାକୁ ମିଳିଥିଲା। କୋଭିଡ ପରଠୁ କେବଳ ଗୋଟିଏ ଦ୍ବାର ଦେଇ ଭକ୍ତମାନେ ପ୍ରବେଶ ଓ ପ୍ରସ୍ଥାନ କରୁଛନ୍ତି। ସମସ୍ତ 4ଟି ଦ୍ବାର ଖୋଲିବାକୁ ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ ନିଜ ଜିଦରେ ଅଟଳ। ଯେଉଁଥିପାଇଁ ପ୍ରତିଦିନ ଦେଖିବାକୁ ମିଳୁଛି ଏଭଳି ଅଭାବନୀୟ ପରିସ୍ଥିତି। ରାଜ୍ୟ ସରକାର ଓ ଶ୍ରୀମନ୍ଦିରର ପ୍ରଶାସନର ଏପରି ଯିଦଖୋର ମନୋଭାବକୁ ନିନ୍ଦା କରିଛନ୍ତି ଭକ୍ତ।
ଶନିବାର ଜଗାଦର୍ଶନ ପାଇଁ ଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭକ୍ତଙ୍କ ସୁବିଧା ପାଇଁ ଚାରି ଦ୍ବାର ଖୋଲାଯିବା ଉଚିତ ବୋଲି ରଖିଥିଲେ ପ୍ରତିକ୍ରିୟା। ଭକ୍ତଙ୍କ ଦର୍ଶନରେ ବାଧା ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ ପରି ଅବ୍ୟବସ୍ଥାକୁ ଖୋଦ୍ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମାନେ ବି ସ୍ବୀକାର କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ବୟର ଅଭାବରୁ ଏପରି ଅବ୍ୟବସ୍ଥା ପରିଲକ୍ଷିତ ହେଉଥିବା କହିଛନ୍ତି ବରିଷ୍ଠ ସେବାୟତ।
📱 Get Argus News App
✨ରତ୍ନଭଣ୍ଡାର ଖୋଲି ରତ୍ନ ଗଣତି ମଣତି ପ୍ରସଙ୍ଗରେ କୋଟିକୋଟି ଓଡ଼ିଆଙ୍କର ସର୍ବମାନ୍ୟ ପୁରୀ ଗଜପତି ମହାରାଜାଙ୍କ ପରାମର୍ଶକୁ ବି ବେଖାତିର କରିଆସିଛନ୍ତି ରାଜ୍ୟ ସରକାର। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି କମିଟି ଗଠନ ନେଇ ନା ଶ୍ରୀମନ୍ଦିର ପରିଚାଳନା ସମିତ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଉଛି ନା ରାଜ୍ୟ ସରକାର ନିଜଆଡ଼ୁ ଆଗ୍ରହ ଦେଖାଉଛନ୍ତି। ଏଭଳି ସ୍ଥିତିରେ ଛତିଶଗଡ଼ ମହାମହିମଙ୍କ ପରାମର୍ଶକୁ ବିଜେଡି ସରକାର କେତେଦୂର ଗ୍ରହଣ କରିବେ ତାହା ବଡ଼ ପ୍ରଶ୍ନ।
