Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ଦେଖାଇବେ ବିଶ୍ବନିୟନ୍ତା

Ritu Das
Browse all articles by Ritu Das
·1 year ago·2 min read
ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ଦେଖାଇବେ ବିଶ୍ବନିୟନ୍ତା

Key Points

ନବଦିନାତ୍ମକ ଲୀଳାଖେଳା ଦେଖାଇବେ ବିଶ୍ବନିୟନ୍ତା

ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ ମହାବାହୁ

ରଥରେ ମହାପ୍ରଭୁଙ୍କୁ ଦେଖି ନେତ୍ର ପବିତ୍ର କରୁଛନ୍ତି ଶ୍ରଦ୍ଧାଳୁ

ଜଗାକୁ ଦେଖିବାକୁ ସବୁଠି ଆଜି ଭକ୍ତ ବିଭୋର। ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଚତୁର୍ଦ୍ଧାମୂରତି । ଗହଳି ଚହଳିରେ ଏ ଭକ୍ତର ଆଖି ଖାଲି ଖୋଜୁଛି ମହାବାହୁଙ୍କୁ । ରଥରେ ମହାପ୍ରଭୁଙ୍କୁ ଦେଖି ନେତ୍ର ପବିତ୍ର କରୁଛି । ରଥରଜ୍ଜୁ ଟାଣି କୃତାର୍ଥ ଲଭିଛି ଭକ୍ତ । ରଥରେ କାଳିଆ ସାଆନ୍ତଙ୍କୁ ଦେଖିବାକୁ କାହିଁ କେଉଁଆଡୁ ଛୁଟି ଆସିଛନ୍ତି ଭକ୍ତଗଣ । କିଏ ଦର୍ଶନ ପାଇଁ ଆସିଛନ୍ତି ତ ଆଉ କିଏ ସେବାରେ ଲାଗିବାକୁ । କିଏ ଧନ୍ୟବାଦ ଜଣାଇବାକୁ ଆସିଛି ତ ଆଉ କିଏ ଗୁହାରି କରିବାକୁ । କେହି କେହି ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ, ଗୀତ ପରିବେଷଣ କରୁଛନ୍ତି। ଶ୍ରୀକୃଷ୍ଣ ବେଶଧାରୀ କଳାକାର ରଥ ସାମ୍ନାରେ ନୃତ୍ୟ କରି ନିଜକୁ କାଳିଆ ସାଆନ୍ତଙ୍କ ନିକଟରେ ସମର୍ପି ଦେଇଛନ୍ତି । ଏ କଳାକାରଙ୍କୁ ଦେଖିଲେ ତ ଲାଗୁଛି ସତେ ଯେମିତି, ରଥରୁ ଓହ୍ଲାଇ ଆସିଛନ୍ତି କଳା ଠାକୁର । ଅବିକଳ ଜଗନ୍ନାଥଙ୍କ ବେଶ ଧରି କୁନି କଳାକାରଟି ନିଜର କଳା ପ୍ରଦର୍ଶନ କରୁଛି। ଭଦ୍ରକରୁ ଆସିଥିବା ଏ ଦମ୍ପତି ନିଜ ସନ୍ତାନକୁ ଜଗନ୍ନାଥଙ୍କ ନିକଟରେ ସମର୍ପି ଦେଇଛନ୍ତି।


କାରଣ ବଡ଼ ଠାକୁରଙ୍କ ନିକଟରେ ଗୁହାରି କରି ସେ ଏ ପିଲାକୁ ପାଇଥିବା କହିଛନ୍ତି। ସେ ଭାବର ଠାକୁର, ଭକ୍ତର ମନ କଥା ବୁଝେ । ମନସ୍କାମନା ବି ପୂରଣ କରେ ବୋଲି କହିଛନ୍ତି ଏ ଭକ୍ତ। କେବଳ ଭାରତ ନୁହଁ, ସୁଦୂର ଆମେରିକା, ଅଷ୍ଟ୍ରେଲିଆରୁ ବି ଭକ୍ତ ଛୁଟି ଆସିଛି, ରଥରେ କାଳିଆ ଠାକୁରକୁ ଦେଖିବାକୁ । ଏତେ ଦିନ ପରେ ସ୍ବପ୍ନ ସତ ହୋଇଛନ୍ତି ବୋଲି କହିଛନ୍ତି ବିଦେଶୀ ଭକ୍ତ। ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ । ଭାବବିନୋଦିଆ ଚକାଆଖି ସହ ଚର୍ମଚକ୍ଷୁର ମିଳନ । ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ ଏବେ ନବଦିନାତ୍ମକ ଲୀଳାଖେଳା ଦେଖାଇବେ ବିଶ୍ବନିୟନ୍ତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vishwaniyanta-will-leave-the-ratnavedi-and-show-the-newborn-activities-at-the-janmabhedi | Argus News