ପାଣ୍ଡିଆନଙ୍କୁ ନେଇ ବଡ଼ ପ୍ରତିକ୍ରିୟା ଦେଲେ ନବୀନ

Key Points
- ନବୀନଙ୍କ ବଡ଼ ପ୍ରତିକ୍ରିୟା
- କହିଲେ, ପାଣ୍ଡିଆନ ନୁହନ୍ତି ମୋ ଉତ୍ତରାଧିକାରୀ
- ଚାପରେ ପଡି ଏମିତି କହିଲେ କି ନବୀନ ?
ଅର୍ଗସ ବ୍ୟୁରୋ: ଦିନେ ନାହିଁ କାଳେ ନାହିଁ, ଗହ୍ନା ପୂର୍ଣ୍ଣିମାରେ ମାଇଁ ମାଇଁ । ଅର୍ଥାତ୍, ରାତି ପାହିଲେ ସରିବ ନିର୍ବାଚନ । ଆଉ ଆଜି ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ମୁଖ୍ୟ ଉତ୍ତର ଦେଲେନି । କେବଳ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବୋଲି କହିବା ସହ ଓଡ଼ିଶାବାସୀ ହିଁ ମୋ ଉତ୍ତରାଧିକାରୀ କିଏ ହେବ ସେନେଇ ନିଷ୍ପତ୍ତି ନେବେ (ALFA) ବୋଲି କହିଲେ ।
ଅନେକ ଦିନ ହେଲାଣି ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା କି ନବୀନ ବାବୁଙ୍କର ଉତ୍ତରାଧିକାରୀ କିଏ ? ତାଙ୍କ ପରେ କିଏ ନେବ ନବୀନଙ୍କ ସ୍ଥାନ ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିଲା । ହେଲେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସାକ୍ଷାତକାରରେ ନବୀନ ଉତ୍ତରାଧିକାରୀକୁ ନେଇ ପ୍ରଥମଥର ଲାଗି ମୁହଁ ଖୋଲିଲେ । ହେଲେ ସେ କଥା ବି ବାଧ୍ୟବାଧକତାକେ ବୋଲି ଲୋକେ କହୁଛନ୍ତି । ଯଦି ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି ସେକଥା ନବୀନ ବାବୁ କହୁଛନ୍ତି ତାହାଲେ ତାଙ୍କ ସାଙ୍ଗରେ ପ୍ରତି ମୁହୂର୍ତ୍ତରେ କାହିଁକି ରହୁଛନ୍ତି ତାମିଲ ବାବୁ ? ତାଙ୍କ ବିନା କାହିଁକି କିଛି କହୁନାହାନ୍ତି ନବୀନ ?
ପ୍ରଶ୍ନ ଘେରରେ ବିଜେଡି ଓ ନବୀନ । କାରଣ ଗତକିଛି ଦିନ ହେଲାଣି ନବୀନଙ୍କୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିଲା । ଏହି ତାଲିକାରେ ତୁଙ୍ଗ ନେତାଙ୍କ ନାଁ ବି ଥିଲା । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଲା, ପ୍ରଚାର ମଇଦାନରେ କେବଳ ଦେଖିବାକୁ ମିଳିଥିଲା ପାଣ୍ଡିଆନଙ୍କୁ । କ୍ଷମତାର ଶୀର୍ଷରେ ନିଜକୁ ରଖି ଏକା ଏକା ରୋଡ୍ ସୋ' କରିଥିଲେ । ପାଖରେ ନା ବିଧାୟକ ଓ ସାଂସଦ ପ୍ରାର୍ଥୀ ଥିଲେ ? ନା ଦଳର ଅନ୍ୟ କୌଣସି ଷ୍ଟାର ପ୍ରଚାରକ ? କେବଳ ଏକାଏକା ନିର୍ବାଚନ ପ୍ରଚାର କରିଥିଲେ ପାଣ୍ଡିଆନ । ଏହାକୁ ନେଇ ଦଳୀୟ ଅସନ୍ତୋଷ ବଝିବା ପରେ କାଁ ଭାଁ ମଇଦାନକୁ ଓହ୍ଲାଇଥିଲେ ନବୀନ । ଆଉ ସାଙ୍ଗରେ ରହୁଥିଲେ ପାଣ୍ଡିଆନ । ପୋଷା ଶୁଆକୁ ଟ୍ରେନିଂ ଦେବା ପରି କାନେ କାନେ ନବୀନଙ୍କୁ ଯାହା କହୁଥିଲେ, ସିଏ ସେଇୟା ହିଁ କରୁଥିଲେ । ହେଲେ ଏବେ ନବୀନ ବାବୁ ସାକ୍ଷାତକାର ଦେବା ପରେ ଯେଉଁ ପରି ଢଙ୍ଗରେ ପ୍ରସଙ୍ଗ ଏଡାଇ ଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର ।