Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡିରେ ପାଣ୍ଡିଆନଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

Odisha

ବିଜେଡିରେ ପାଣ୍ଡିଆନଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
ବିଜେଡିରେ ପାଣ୍ଡିଆନଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଓଡିଶା ରାଜନୀତିରେ ଏଣ୍ଟ୍ରି ମାରିଲେ ଭି.କେ ପାଣ୍ଡିଆନ୍ । ସରକାରୀ ଚାକିରିରୁ ଅବସର ନେବାର ମାସକ ମଧ୍ୟରେ ଶଙ୍ଖ ଫୁଙ୍କିଛନ୍ତି କାର୍ତ୍ତିକ । ପାଣ୍ଡିଆନ୍ ଙ୍କ ପାଇଁ ଆଜି ସକାଳୁ ନବୀନ ନିବାସରେ ଜମିଥିଲା ଗହଳି ଚହଳି । ଦଳର ସମସ୍ତ ବରିଷ୍ଠ ଓ ଛାମୁଆ ସଦସ୍ୟ ପହଞ୍ଚିଥିଲେ ନବୀନ ନିବାସରେ । ପରେ ପରେ ପହଞ୍ଚିଥିଲେ ପାଣ୍ଡିଆନ୍ । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ, ଭି.କେ ଙ୍କ ସାର୍ଟରେ ଲଗାଇଥିଲେ ଶଙ୍ଖ ବ୍ୟାଚ୍  ।

ପାଣ୍ଡିଆନ୍ ଙ୍କ ସାମିଲ ହେବା ପରେ ନବୀନ ନିବାସରୁ ବାହାରି ଧାଡି କରି ଜଣେ ପରେ ଜଣେ ନେତା ରଖିଥିଲେ ନିଜ ପ୍ରତିକ୍ରିୟା । ନବୀନ ନିବାସରେ ବିଜେଡିରେ ସାମିଲ ହେବା ପରେ ଶଙ୍ଖ ଭବନରେ ପହଞ୍ଚିଥିଲେ ପାଣ୍ଡିଆନ୍ । ସ୍ବାଗତ ଜଣାଇବା ସହ ଶଙ୍ଖ ଭବନ ଭିତରକୁ ପାଛୋଟି ନେଇଥିଲେ ନେତା ଓ କର୍ମୀ ।  ଦଳ ପକ୍ଷରୁ ଚାଲିଥିବା ରକ୍ତଦାନ ଶିବିରରେ ସାମିଲ ହେବା ସହ ଶଙ୍ଖ ଭବନରେ ପ୍ରସ୍ତୁତ ହୋଇଥିବା ତାଙ୍କ ଚ୍ୟାମ୍ବରରେ ଜଣେ ପରେ ଜଣେ ନେତାଙ୍କୁ ଭେଟିଥିଲେ କାର୍ତ୍ତିକ । 

ପରେ ପରେ ରାଜଧାନୀରୁ ବାହାରି ସିଧାସଳଖ ପହଞ୍ଚିଥିଲେ ଗଞ୍ଜାମ ଜିଲ୍ଲାରେ । ସେଠାରେ ମା ତାରା ତାରେଣୀଙ୍କୁ ଦର୍ଶନ କରିଥିଲେ । ଏପରିକି ଦଳୀୟ କର୍ମୀଙ୍କୁ ଭେଟିବା ସହ ଫଟୋ ବି ଉଠାଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଣ୍ଡିଆନ୍ ଙ୍କ ରାଜନୈତିକ ମଇଦାନରେ ଏଣ୍ଟ୍ରି ପରେ ସରଗରମ ରାଜ୍ୟ ରାଜନୀତି । ଇସ୍ତଫା ଦେବା ପୂର୍ବରୁ 30 ଜିଲ୍ଲା ବୁଲିଥିଲେ ପାଣ୍ଡିଆନ । ସରକାରୀ ଖର୍ଚ୍ଚରେ ବାବୁଙ୍କ ଜିଲ୍ଲାବୁଲାକୁ ନେଇ ସୃଷ୍ଟିହୋଇଥିଲା ବିବାଦ । ଅଭିଯୋଗ ଶୁଣାଣିବାବଦ ଖର୍ଚ୍ଚ ଓ ହେଲିକପଟରରେ ଜିଲ୍ଲାବୁଲା ଖର୍ଚ୍ଚର ତୁଳନାତ୍ଖକ ଚିତ୍ର ଦେଇ ବରିଷ୍ଠ ସାମ୍ବାଦିକ କରିଥିଲେ କଟାକ୍ଷ ଆଉ  ବିରୋଧୀ ସାଧିଥିଲେ ସିଧା ନିଶାନା । 

ବିଜେଡିରେ ସାମିଲ ହେବା ପରେ ପାଣ୍ଡିଆନ୍ ସିଧାସଳଖ ଗଞ୍ଜାମ ଯିବା ଅନେକ କିଛି ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି । କୁହାଯାଉଛି ଗଞ୍ଜାମର ଯେ କୌଣସି ଏକ ଆସନରୁ ନିର୍ବାଚନ ଲଢି ପାରନ୍ତି ଭି.କେ ପାଣ୍ଡିଆନ୍ । 

ନବୀନ ନିବାସରେ ବିଜେଡିରେ ମିଶିଲେ ଭିକେ ପାଣ୍ଡିଆନ୍
 

Sponsored
vk-pandian-joins-bjd- | Argus News