Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯାହାଙ୍କ ଲାଗି ପ୍ରଚାର କଲେ ସିଏ କୁଆଡ଼େ ଗଲେ ?

Odisha

ଯାହାଙ୍କ ଲାଗି ପ୍ରଚାର କଲେ ସିଏ କୁଆଡ଼େ ଗଲେ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଯାହାଙ୍କ ଲାଗି ପ୍ରଚାର କଲେ ସିଏ କୁଆଡ଼େ ଗଲେ ?

ଅର୍ଗସ ବ୍ୟୁରୋ : ଷ୍ଟାଇଲ ସମାନ, ଅନ୍ଦାଜ ବି ସମାନ । ଠାଣୀ ବି କିଛି କମ୍‌ ନୁହେଁ । ପୁରା ବାବୁଠାଣୀରେ ପ୍ରଚାର କରୁଛନ୍ତି ବିଜେଡି ନେତା ପାଣ୍ଡିଆନ । ଠିକ୍‌ ଯେମିତି ପୂର୍ବ ନିର୍ବାଚନରେ କରୁଥିଲେ ମୁଖ୍ୟମନ୍ତ୍ରୀ । ଅବଶ୍ୟ ଗାଡ଼ି ବଦଳିଛି କିନ୍ତୁ ନବୀନଙ୍କ ଷ୍ଟାଇଲରେ ପ୍ରଚାର ଚାଲିଛି । ଦୃଶ୍ୟ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ବିଜେଡିରେ କେହି ଓଡ଼ିଆ ନେତା ରୁହନ୍ତି ବୋଲି ଚାହୁଁନାହାନ୍ତି ପାଣ୍ଡିଆନ । ସେଇଥି ଲାଗି ତ ନିଜେ ନିଜେ ଗାଡ଼ି ଉପରେ ହାତ ହଲାଇ ହଲାଇ କରୁଛନ୍ତି ପ୍ରଚାର । ମୋଟ୍‌ ଉପରେ ସେ ନିଜେ ଓଡ଼ିଆ ନୁହନ୍ତି ସେଇଥି ଲାଗି ତ ଓଡ଼ିଆଙ୍କୁ ଏମିତି କରୁଛନ୍ତି ହେଜ୍ଞାନ ।

କୋରାପୁଟ୍‌ ଜୟପୁରରେ ନିର୍ବାଚନ ପ୍ରଚାର ପାଇଁ ବାହାରିଛନ୍ତି ବିଜେଡି ନେତା ପାଣ୍ଡିଆନ । ହେଲେ ସେ ଦୃଶ୍ୟ ଦେଖିବା ପରେ ବଡ଼ ଆଶ୍ଚର୍ଯ୍ୟ ଲାଗିବ କି , ଯେଉଁ ପ୍ରାର୍ଥୀଙ୍କ ଲାଗି ପାଣ୍ଡିଆନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ସେ ପ୍ରାର୍ଥୀଙ୍କର ହିଁ ଦେଖାନଥିଲା । ଏଥିରୁ ଆପଣ ଅନୁମାନ କରିପାରୁଥିବେ କି ବିଜେଡିର ବିକାଶ କରିବାକୁ ନା ବିନାଶ କରିବାକୁ ଚେଷ୍ଟା କରୁଛନ୍ତି ପାଣ୍ଡିଆନ ।

ଅଣଓଡ଼ିଆ ଆସି ଏବେ ରାଜ୍ୟରେ ରାଜୁତି କରିବାକୁ ବସିଲେଣି । ଆଉ ନୁହେଁ ତ କଣ ? ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ବିଜେଡିରେ ସାମିଲ ହୋଇଥିଲେ ପାଣ୍ଡିଆନ । ପୂର୍ବରୁ ତ ଦଳୀୟ ନେତାଙ୍କୁ ଯେମିତି ଅସମ୍ମାନ କରୁଥିଲେ ତାହା ଆମେ ଦେଖିଛେ ହେଲେ ଏବେ ଯେମିତି ଭାବରେ ନିର୍ବାଚନ ପ୍ରଚାରରେ ମାତିଛନ୍ତି । ଆଉ ନବୀନ ବାବୁଙ୍କୁ ଯେଉଁ ପରି ଢଙ୍ଗରେ କପି କରି ଶାସନ ବ୍ୟବସ୍ଥାକୁ ହାଇଜାକ୍‌ କରିବାକୁ ଚେଷ୍ଟା କରୁଛନ୍ତି ତାହାକୁ କେତେ ଦୂର ଗ୍ରହଣ କରୁଛନ୍ତି ଜନତା ତାହା ସମୟ କହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ବିଜେଡିରେ ଏବେ କୌଣସି ନୀତି ନାହିଁ । ନବୀନ ବାବୁ ଶାସନ କ୍ଷମତାରେ ବସିଥିଲେ ବି ରିମୋର୍ଟ କଂଟ୍ରୋଲ ରହିଛି ପାଣ୍ଡିଆନଙ୍କ ହାତରେ । ଏମିତିକି ଶାସନ କଳର ପାଣ୍ଡିଆନ ଅନେକ ସମୟରେ ଅପବ୍ୟବହାର କରୁଥିବା ନେଇ ବି ଦୃଶ୍ୟ ସାମ୍ନାକୁ ଆସିଛି । କିନ୍ତୁ ଏହା ପରେ ବି ବିଜେଡି ପ୍ରାର୍ଥୀଙ୍କ ଲାଗି ଯେଉଁ ପରି ଢଙ୍ଗରେ ସେ ପ୍ରଚାର କଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
 

Sponsored
VK Pandian | Argus News